Saturday, September 12, 2026
23.6 C
Odisha

    ବିଜେଡିକୁ ଫେରିବେ କି ରଘୁନାଥ ଓ ଜୀବନ ପ୍ରଦୀପ ? ଆସନ୍ତା ୨୫ରେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡିକୁ ଫେରିବେ କି ରଘୁ ମହାନ୍ତି ଓ ଜୀବନ ପ୍ରଦୀପ ଦାଶ। ଆସନ୍ତା ୨୫ ତାରିଖରେ ନବୀନ ନିବାସରେ ଉଭୟ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବାଲେଶ୍ଵର ଜିଲ୍ଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ।

    ନିକଟରେ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ବସ୍ତା ବିଧାୟିକା ସୁବାସିନୀ ଜେନା ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଏବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏବେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ମିଶିଥିଲେ। ୨୦୨୪ରେ ରଘୁନାଥ ବିଜେପି ଛାଡିଥିଲେ।

    ଏବେ ଘର ବାହୁଡା ହେବ ବୋଲି କୁହାଯାଉଛି । ସେହିପରି ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବନ ହେବା ପରେ ୨୦୨୦ ନଭେମ୍ବର ମାସରେ ଦଳରୁ ଇସ୍ତଫା ଦେଇଥିଲେ । ଏବେ ସେ ମଧ୍ୟ ବିଜେଡି ଫେରିବା ନେଇ ଚର୍ଚ୍ଚା ହେଉଛି । ଯଦି ଉଭୟ ନେତା ବିଜେଡିକୁ ଫେରନ୍ତି ତେବେ ବାଲେଶ୍ୱର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    96 %
    2.1kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ