Sunday, August 2, 2026
26.1 C
Odisha

    ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି, ମୁତୟନ ହେଲେ NDRFର ସ୍ବତନ୍ତ୍ର ଟିମ୍

    ଆଗକୁ ପଢନ୍ତୁ

    ପୁରୀ  : ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ ଗାର୍ଡ ।  ସମୁଦ୍ରରେ ସ୍ନାନ ବେଳେ ଯେପରି କୌଣସି ଅଘଟଣ ନ ହେବ ସେଥିଲାଗି ଲାଇଫଗାର୍ଡ ଙ୍କୁ ଦିଆଯାଇଛି ଟ୍ରେଂନିଙ୍ଗ ।  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ସମୁଦ୍ର ତଟରେ କୋଷ୍ଟଗାର୍ଡଙ୍କ ସମେତ ଭାରତୀୟ ନୌସେନାର ରହିବ କଡା ପହରା ।

    କୌଣସି ଅପ୍ରତ୍ୟାଶିତ ଦୁର୍ଯ୍ୟୋଗ କିମ୍ବା ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଏହି ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଅନ୍ୟ ଏକ ଦଳକୁ CBRN ଅର୍ଥାତ୍ ରାସାୟନିକ, ଜୀବାଣୁ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି । ଏହି ଟିମ୍‌ରେ CBRN କ୍ଷେତ୍ରରେ ପ୍ରଶିକ୍ଷିତ ଯବାନଙ୍କ ସହ ଆଧୁନିକ ସୁରକ୍ଷା ଉପକରଣ ଉପଲବ୍ଧ ରହିଛି । ରଥଯାତ୍ରା ପୂର୍ବରୁ ସମସ୍ତ NDRF ଟିମ୍‌କୁ ଆବଶ୍ୟକ ବ୍ରିଫିଂ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.3kmh
    100 %
    Sun
    26 °
    Mon
    31 °
    Tue
    31 °
    Wed
    30 °
    Thu
    27 °

    ସମ୍ବନ୍ଧିତ