Saturday, April 11, 2026
30.4 C
Odisha

    ରବିବାର ସୂର୍ଯ୍ୟଙ୍କୁ ଜଳ ଦେବା ଢାଳରେ ପକେଇ ଦିଅନ୍ତୁ ଏହି ଜିନିଷ ଯାହା ବି ମାଗିବେ ମିଳିବ

    ଆଗକୁ ପଢନ୍ତୁ

    ଯେଉଁ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଥାଏ ସେହି ବ୍ୟକ୍ତି ଧନବାନ ହୋଇଯାଇଥାଏ। ଏଥି ସହିତ ସେହି ବ୍ୟକ୍ତିର କୁଣ୍ଡଳୀରେ ରାହୁ କେତୁ ଏବଂ ଶନି ମଧ୍ୟ ପ୍ରସନ୍ନ ହୋଇ ଯାଇଥାନ୍ତି। କିନ୍ତୁ ରବିବାର ସୂର୍ଯ୍ୟଙ୍କୁ ଜଳ ଦେବା ଢାଳରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଯାହା ବି ମାଗିବେ ହାତକୁ ହାତ ମିଳିବ। ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କଣ କଣ ସାବଧାନତା ଅବଲମ୍ବନ କରାଯିବା ଉଚିତ? ଯଦି ଜାଣିନାହାନ୍ତି ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ..

    ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବେ କି ଭୂମିରେ ପଡୁଥିବା ଜଳ ଯେମିତି ଆପଣଙ୍କ ପାଦରେ ନପଡେ। ଏହିପରି କରିବା ମହାପାପ ବୋଲି ବିଶ୍ୱାସ କରାଯାଏ,ସୂର୍ଯ୍ୟଦେବ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ସଦା ସର୍ବଦା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହାକୁ ମାନିବା ଉଚିତ ହୋଇଥାଏ |

    ତେବେ ସ୍ନାନ ନକରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ହୋଇନଥାଏ। ଏପରି କରିବା ଦ୍ୱାରା ପାପ ଲାଗିଥାଏ, ତେବେ ସୂର୍ଯ୍ୟଦେବ ମଧ୍ୟ କ୍ରୋଧିତ ହୋଇଥାନ୍ତି | ଭଗବାନ ମାଗିଥିବା ପ୍ରାଥନା ମଧ୍ୟ କେବେ ପୁରା ହୋଇନଥାଏ ତେବେ ସଦେବ ସ୍ନାନ ସାରି କରି ଜଳ ଅର୍ପଣ କରିବା ଉଚିତ ହୋଇଥାଏ।

    ଆଜି କାଲିର ସମୟରେ ଲୋକେ ଷ୍ଟିଲ, ପ୍ଲାଷ୍ଟିକ କିମ୍ବା କାଚ ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି। କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ଉଚିତ ନୁହେଁ ସୂର୍ଯ୍ୟଦେବଙ୍କୁ ସର୍ବଦା ପିତ୍ତଳ କିମ୍ବା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ ହୋଇଥାଏ।ତେବେ ପିତଳରେ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି |

    ସୂର୍ଯ୍ୟଦେବଙ୍କୁ ଚପଲ ପିନ୍ଧି କେବେ ବି ଜଳ ଅର୍ପଣ କରିବା ଉଚିତ ନୁହେଁ ପାପ ଲାଗିଥାଏ। ଜଳ ଅର୍ପଣ କରିବା ସମୟରେ ଜଳରେ ଫୁଲ ଭଗବାନଙ୍କୁ ଅର୍ପଣ କରିବା ଉଚିତ ଖାଲି ଜଳ ସୂର୍ଯ୍ୟଦେବଙ୍କୁ ଦିଅନ୍ତୁ ନାହିଁ। ତେବେ ବନ୍ଧୁଗଣ ସପ୍ତାହରେ କୌଣସି ଦିନ ଜଳ ଅର୍ପଣ କରନ୍ତୁ କି ନକରନ୍ତୁ କିନ୍ତୁ ରବିବାର ଦିନ ଅବଶ୍ୟ ଜଳ ଅର୍ପଣ କରନ୍ତୁ କାରଣ ଏହି ଦିନ ସୂର୍ଯ୍ୟଦେବଙ୍କ ଦିନ ହୋଇଥାଏ । ଏହି ଦିନ ଭଗବାନ ପ୍ରସନ୍ନ ହୋଇଥାନ୍ତି।ମହିଳା ମାନେ ମାସିକ ଧର୍ମ ସମୟରେ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁନାହିଁ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ କୌଣସି ମହିଳା କିମ୍ବା ଝିଅ ମାସିକ ଧର୍ମ ସମୟରେ ପୂଜା ପଠା କରିବା ଉଚିତ ନୁହେଁ। ଏଥି ସହିତ ଯଦି ଆପଣ କୋର୍ଟ ମ୍ୟାରେଜ କିମ୍ବା ହିନ୍ଦୁ ଧର୍ମ ଅନୁସାରେ ବିବାହ କରିନାହାନ୍ତି ତେବେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ କାରଣ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ