Monday, March 23, 2026
24.7 C
Odisha

    ରମ୍ ପିଇବା ଦ୍ୱାରା କାହିଁକି ଗରମ ଅନୁଭବ ହୋଇଥାଏ ? ଜାଣନ୍ତୁ ଏହା ପଛର ରହସ୍ୟ

    ଆଗକୁ ପଢନ୍ତୁ

    ସମଗ୍ର ବିଶ୍ୱରେ ମଦ୍ୟପାନ କରିବାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶୀତ ଦିନରେ ମଦ୍ୟପାନକୁ ଭଲ ପାଉଥିବା ଲୋକମାନେ ରମ୍ ପିଇବାକୁ ପସନ୍ଦ କରନ୍ତି। ଏହା ସହ ଲୋକେମାନେ କହିଥାନ୍ତି ଯେ ରମ୍ ପିଇବା ଦ୍ୱାରା ଶରୀର ଗରମ ରହିଥାଏ। ହେଲେ ଏହା ପଛର କାରଣ କ’ଣ ଆପଣମାନେ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ….

    ସର୍ବ ପ୍ରଥମେ ଜାଣନ୍ତୁ ରମ୍ କ’ଣ? ଜାଣି ରଖନ୍ତୁ ଯେ ରମ୍ ତିଆରି କରିବାକୁ ହେଲେ ପୋଚର ବ୍ୟବହାର କରାଯାଏ। ଆଖୁରସରୁ ଚିନି ତିଆରି ପ୍ରକ୍ରିୟା ସମୟରେ ପୋଚ ନାମକ ଏକ ଗାଢ଼ ରଙ୍ଗର ବାଇପ୍ରଡକ୍ଟ ବାହାରିଥାଏ। ଏହା ପରେ ତାକୁ ଫରମେନଟେସନ୍ କରାଯାଏ ଏବଂ ସେଥିରୁ ରମ୍ ପ୍ରସ୍ତୁତ ହୋଇଥାଏ।

    ହ୍ୱାଇଟ ରମ୍ ଏବଂ ଡାର୍କ ରମ୍ :
    ଧଳା ରମ୍ ଏବଂ ଗାଢ଼ ରମ୍ ତିଆରି କରିବା ପ୍ରକ୍ରିୟା ସମାନ ହୋଇଥାଏ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ପ୍ରକ୍ରିୟା ସମାନ ତେବେ ଏହାର ରଙ୍ଗ କିପରି ପରିବର୍ତ୍ତନ ହୋଇଛି। ବାସ୍ତବରେ ରଙ୍ଗର ପାର୍ଥକ୍ୟ ପୋଚ ଦ୍ୱାରା ହୋଇଥାଏ। ଗାଢ଼ ରମ୍ ତିଆରି କରିବାବେଳେ ପୋଚ ମିଶିଥାଏ। ହେଲେ ଧଳା ରମରେ ଏହା ମିଶି ନଥାଏ, ସେଥିପାଇଁ ଏହାର ରଙ୍ଗ ଧଳା ହୋଇଛି।ଗାଢ଼ ରମ୍ ତିଆରି କରିବା ସମୟରେ ବିଭିନ୍ନ ପୋଚ ମିଶାଇ ପ୍ରସ୍ତୁତ କରାଯାଇଥାଏ, ଯାହା ଦ୍ୱାରା ଏହାର ରଙ୍ଗ ଗାଢ଼ ହୋଇଥାଏ ଏବଂ ଟେଷ୍ଟ ମଧ୍ୟ ଭଲ ଥାଏ। ଗାଢ଼ ରମରେ ଅଧିକ କ୍ୟାଲୋରୀ ଥାଏ, ଯେଉଁ କାରଣରୁ ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ।

    ଆପଣମାନେ ଜାଣିଥିବେ ଯେ ମଦ୍ୟପାନ କରୁଥିବା ଲୋକମାନେ ଗ୍ରୀଷ୍ମ, ଶୀତ କିଛି ମାନନ୍ତି ନାହିଁ ସବୁ ସମୟରେ ମଦ୍ୟପାନ କରିଥାନ୍ତି। ହେଲେ ଏହି ରମ୍ ଗ୍ରୀଷ୍ମ ଋତୁରେ ପିଇବା ଠିକ୍ ନୁହେଁ। ରମ୍ ଅଧିକ କ୍ୟାଲୋରୀ ଯୁକ୍ତ ହୋଇଥିବା କାରଣରୁ ଏହାକୁ ପିଇବା ଦ୍ୱାରା ଗରମ ଅନୁଭବ ହୋଇଥାଏ, ସେଥିପାଇଁ କୁହାଯାଇଛି ଯେ ଗ୍ରୀଷ୍ମ ଋତୁରେ ରମ୍ ପିଇବା ଶରୀର ପାଇଁ ଠିକ୍ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ