Monday, March 30, 2026
25.1 C
Odisha

    ରସଗୋଲା ଖାଇବାର ରହିଛି ଅନେକ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    Homeଲାଇଫ୍ ଷ୍ଟାଇଲ୍
    ରସଗୋଲା ଖାଇବାର ରହିଛି ଅନେକ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
    By KNews Bureau On Oct 4, 2025
    rasgulla
    Govt Ad
    ପଖାଳ ପରେ ଓଡିଆଙ୍କ ପ୍ରିୟ ରସଗୋଲା ହୋଇଥାଏ । ମିଠା ଭିତରେ ଅନେକ ମିଠା ରହିଛି । ବିଶେଷ କରି ଓଡ଼ିଶାରେ ରସଗୋଲାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଯାହା ସାଧାରଣତଃ ସମସ୍ତଙ୍କୁ ଖୁବ୍ ଭଲ ଲାଗିଥାଏ । କିନ୍ତୁ ରସଗୋଲା ସବୁଠାରୁ ସର୍ବୋତ୍ତମ ବୋଲି କୁହାଯାଏ । ଏହା ବ୍ୟତୀତ ରସଗୋଲା ଏକ ପୌରାଣିକ ପରମ୍ପରା ସହିତ ମଧ୍ୟ ଯୋଡି ହୋଇ ରହିଛି । ଯାହା ପ୍ରତି ଓଡିଆଙ୍କ ଭାବନା ସହିତ ଜଡିତ ।

    ମିଠାକୁ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇପାରିବେ । ଯାହା ଖାଇବାକୁ ସମସ୍ତେ ଖୁବ୍ ଭଲ ପାଇଥାଆନ୍ତି । ଶୁଭ କାମ ପ୍ରଥମେ ମିଠା କିମ୍ବା ରସଗୋଲାରୁ ଆରମ୍ଭ ହୋଇଥାଏ । ସ୍ବାସ୍ଥ୍ୟକୁ ନେଇ ଲୋକେ ଖୁବ୍ ସଜାଗ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ରସଗୋଲା ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହେଉଛି । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖରାପ ହୋଇଥାଏ ବୋଲି ସମସ୍ତେ ଭାବିଥାଆନ୍ତି । କିନ୍ତୁ ରସଗୋଲା ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଏହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ ସତ କିନ୍ତୁ ଏହା ହିଁ ସତ । ଆଜି ଆମେ ଆପଣଙ୍କୁ ରସଗୋଲା ଖାଇବାର ଲାଭ ସମ୍ପର୍କରେ ଜଣାଇବୁ ।

    ରସଗୋଲା ଏକ ଲୋକପ୍ରିୟ ଭାରତୀୟ ମିଠା । ଯାହାକୁ ଦେଖିବା ମାତ୍ରେ ପାଟିରେ ପାଣି ଆସିଯାଏ । ଏହା ଖାଲି ସ୍ବାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ଉପଯୋଗୀ । ରସଗୋଲାରେ ପ୍ରୋଟିନ୍,କାର୍ବୋହାଇଡ୍ରେଟ୍,ଲାକ୍ଟିକ୍ ଏସିଡ୍ ଏବଂ କେସିନର ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ସୁସ୍ଥ ଶରୀର ପାଇଁ ଭଲ ବୋଲି ବିବେଚନା କରାଯାଉଛି । ତେଣୁ ରସଗୋଲା ଖାଇବା ଦ୍ବାରା କେଉଁ ସମସ୍ୟା ଦୂର କରେ ଆସନ୍ତୁ ଜାଣିବା ।

    ଯଦି ଜଣ୍ଡିସରେ ଆପଣ ପୀଡିତ ଅଛନ୍ତି ତେବେ ଏଥି ପାଇଁ ରସଗୋଲା ବେଷ୍ଟ ହୋଇଥାଏ । ଯାହା ଖାଇବା ଦ୍ବାରା ଜଣ୍ଡିସ୍ ସମସ୍ୟାକୁ ଶୀଘ୍ର ଦୂର କରିଦେଇଥାଏ । ୟୁରିନ୍ ଇନଫେକସନରୁ ମୁକ୍ତି ପାଇବା ପାଇଁ ହେଲେ ସକାଳେ ଏବଂ ସନ୍ଧ୍ୟାରେ ରସଗୋଲା ଖାଇବା ଆବଶ୍ୟକ । ଥକ୍କାପଣକୁ ସମ୍ପୂର୍ଣ୍ଣ ଭାବେ ଦୂର କରେ ରସଗୋଲା । ଏହା ସହିତ ଆଖି ଜଳିବା ଏବଂ ପୋଡିବା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏତିକି ନୁହେଁ ଯଦି ହାଡ଼ ଜନିତ ସମସ୍ୟା ଦେଖାଦେଉଛି ତେବେ ନିଜ ଖାଇବା ଲିଷ୍ଟରେ ରସଗୋଲା ସାମିଲ କରିବାକୁ ଭୁଲନ୍ତୁ ନାହିଁ । ଯାହା ଖାଇବା ଦ୍ବାରା ଆପଣଙ୍କ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇବାରେ ସାହାଯ୍ୟ କରିବ ।

    ଏହା ବ୍ୟତୀତ ରସଗୋଲା ଛେନାରୁ ତିଆରି ହେଉଥିବାରୁ ପାଚନ ପ୍ରକ୍ରିୟା ପାଇଁ ପ୍ରଭାବଶାଳୀ ହୋଇଥାଏ । ଯାହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟାକୁ ଉନ୍ନତ କରି ହଜମ ଶକ୍ତିକୁ ବଢାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥିଲେ ରସଗୋଲା ଖାଇବା ଉଚିତ୍ । ମାଂସପେଶୀ ଗଠନ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ରସଗୋଲା ଖାଇବା ଦ୍ବାରା ଏନର୍ଜି ମଧ୍ୟ ମିଳିଥାଏ । ପ୍ରେଗ୍ନେନ୍ସି ସମୟରେ ରସଗୋଲା ଖାଇବା ନିତ୍ୟାନ୍ତ ଆବଶ୍ୟକ । ଯାହା ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ହୋଇଥାଏ । ସେଥିପାଇଁ ଏଭଳି ସମୟରେ ଦିନକୁ ୨ଟି ରସଗୋଲା ଖାଇବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ