Wednesday, February 25, 2026
32.1 C
Odisha

    ରସଗୋଲା ଖାଇବାର ରହିଛି ଅନେକ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    ପଖାଳ ପରେ ଓଡିଆଙ୍କ ପ୍ରିୟ ରସଗୋଲା ହୋଇଥାଏ । ମିଠା ଭିତରେ ଅନେକ ମିଠା ରହିଛି । ବିଶେଷ କରି ଓଡ଼ିଶାରେ ରସଗୋଲାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଯାହା ସାଧାରଣତଃ ସମସ୍ତଙ୍କୁ ଖୁବ୍ ଭଲ ଲାଗିଥାଏ ।  କିନ୍ତୁ ରସଗୋଲା ସବୁଠାରୁ ସର୍ବୋତ୍ତମ ବୋଲି କୁହାଯାଏ । ଏହା ବ୍ୟତୀତ ରସଗୋଲା ଏକ ପୌରାଣିକ ପରମ୍ପରା ସହିତ ମଧ୍ୟ ଯୋଡି ହୋଇ ରହିଛି । ଯାହା ପ୍ରତି ଓଡିଆଙ୍କ ଭାବନା ସହିତ ଜଡିତ ।

    ମିଠାକୁ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇପାରିବେ । ଯାହା ଖାଇବାକୁ ସମସ୍ତେ ଖୁବ୍ ଭଲ ପାଇଥାଆନ୍ତି । ଶୁଭ କାମ ପ୍ରଥମେ ମିଠା କିମ୍ବା ରସଗୋଲାରୁ ଆରମ୍ଭ ହୋଇଥାଏ । ସ୍ବାସ୍ଥ୍ୟକୁ ନେଇ ଲୋକେ ଖୁବ୍ ସଜାଗ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ରସଗୋଲା ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହେଉଛି । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖରାପ ହୋଇଥାଏ ବୋଲି ସମସ୍ତେ ଭାବିଥାଆନ୍ତି । କିନ୍ତୁ ରସଗୋଲା ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଏହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ ସତ କିନ୍ତୁ ଏହା ହିଁ ସତ । ଆଜି ଆମେ ଆପଣଙ୍କୁ ରସଗୋଲା ଖାଇବାର ଲାଭ ସମ୍ପର୍କରେ ଜଣାଇବୁ ।

    ରସଗୋଲା ଏକ ଲୋକପ୍ରିୟ ଭାରତୀୟ ମିଠା । ଯାହାକୁ ଦେଖିବା ମାତ୍ରେ ପାଟିରେ ପାଣି ଆସିଯାଏ । ଏହା ଖାଲି ସ୍ବାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ଉପଯୋଗୀ । ରସଗୋଲାରେ ପ୍ରୋଟିନ୍,କାର୍ବୋହାଇଡ୍ରେଟ୍,ଲାକ୍ଟିକ୍ ଏସିଡ୍ ଏବଂ କେସିନର ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ସୁସ୍ଥ ଶରୀର ପାଇଁ ଭଲ ବୋଲି ବିବେଚନା କରାଯାଉଛି । ତେଣୁ ରସଗୋଲା ଖାଇବା ଦ୍ବାରା କେଉଁ ସମସ୍ୟା ଦୂର କରେ ଆସନ୍ତୁ ଜାଣିବା ।

    ଯଦି ଜଣ୍ଡିସରେ ଆପଣ ପୀଡିତ ଅଛନ୍ତି ତେବେ ଏଥି ପାଇଁ ରସଗୋଲା ବେଷ୍ଟ ହୋଇଥାଏ । ଯାହା ଖାଇବା ଦ୍ବାରା ଜଣ୍ଡିସ୍ ସମସ୍ୟାକୁ ଶୀଘ୍ର ଦୂର କରିଦେଇଥାଏ । ୟୁରିନ୍ ଇନଫେକସନରୁ ମୁକ୍ତି ପାଇବା ପାଇଁ ହେଲେ ସକାଳେ ଏବଂ ସନ୍ଧ୍ୟାରେ ରସଗୋଲା ଖାଇବା ଆବଶ୍ୟକ । ଥକ୍କାପଣକୁ ସମ୍ପୂର୍ଣ୍ଣ ଭାବେ ଦୂର କରେ ରସଗୋଲା । ଏହା ସହିତ ଆଖି ଜଳିବା ଏବଂ ପୋଡିବା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏତିକି ନୁହେଁ ଯଦି ହାଡ଼ ଜନିତ ସମସ୍ୟା ଦେଖାଦେଉଛି ତେବେ ନିଜ ଖାଇବା ଲିଷ୍ଟରେ ରସଗୋଲା ସାମିଲ କରିବାକୁ ଭୁଲନ୍ତୁ ନାହିଁ । ଯାହା ଖାଇବା ଦ୍ବାରା ଆପଣଙ୍କ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇବାରେ ସାହାଯ୍ୟ କରିବ ।

    ଏହା ବ୍ୟତୀତ ରସଗୋଲା ଛେନାରୁ ତିଆରି ହେଉଥିବାରୁ ପାଚନ ପ୍ରକ୍ରିୟା ପାଇଁ ପ୍ରଭାବଶାଳୀ ହୋଇଥାଏ । ଯାହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟାକୁ ଉନ୍ନତ କରି ହଜମ ଶକ୍ତିକୁ ବଢାଏ ।  କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥିଲେ ରସଗୋଲା ଖାଇବା ଉଚିତ୍ । ମାଂସପେଶୀ ଗଠନ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ରସଗୋଲା ଖାଇବା ଦ୍ବାରା ଏନର୍ଜି ମଧ୍ୟ ମିଳିଥାଏ । ପ୍ରେଗ୍ନେନ୍ସି ସମୟରେ ରସଗୋଲା ଖାଇବା ନିତ୍ୟାନ୍ତ ଆବଶ୍ୟକ । ଯାହା ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ହୋଇଥାଏ । ସେଥିପାଇଁ ଏଭଳି ସମୟରେ ଦିନକୁ ୨ଟି ରସଗୋଲା ଖାଇବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.1 ° C
    32.1 °
    32.1 °
    23 %
    4.7kmh
    39 %
    Wed
    33 °
    Thu
    34 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ