Monday, September 14, 2026
28.8 C
Odisha

    ରାଉରକେଲା ସର୍କିଟ୍ ହାଉସ ବିବାଦ: ଶେଷରେ ମୁହଁ ଖୋଲିଲେ ଟିନା ନନ୍ଦୀ

    ଆଗକୁ ପଢନ୍ତୁ

    ରାଉରକେଲା : ରାଉରକେଲା ସର୍କିଟ୍ ହାଉସ ବିବାଦ ପରେ ଶେଷରେ ମୁହଁ ଖୋଲିଲେ ଆଡଲ୍ଟ ଆକ୍ଟର ଟିନା ନନ୍ଦୀ । ସେଦିନ ସର୍କିଟ୍ ହାଉସରେ ରହିନଥିଲି କି କୌଣସି ଖରାପ ଉଦ୍ଦେଶ୍ୟରେ ଯାଇନଥିଲି । ବିବାଦକୁ ବନ୍ଦ କରିବାକୁ ଚାହୁଁଛି ବୋଲି ଟିନା କହିଛନ୍ତି । ପୂର୍ବରୁ କରିଥିବା କାମକୁ ଛାଡ଼ି ଏବେ ଭଲ କାମ କରୁଛି, ତେଣୁ ସେହି ପୁରୁଣା ଟ୍ୟାଗ୍ ଲଗାଇ ମୋତେ ଦେଖନ୍ତୁ ନାହିଁ ।

    ଏକ ହୋର୍ଡିଂ ସୁଟ୍ ପାଇଁ ୨୦୨୫ ଡିସେମ୍ବରରେ ରାଉରକେଲା ଯାଇଥିଲି । ତାଙ୍କ ବିଜନେସ୍ କାର୍ଡ ମଧ୍ୟ ମୋ ପାଖରେ ଅଛି । ସେ କୌଣସି ଓଡ଼ିଆ ବ୍ୟକ୍ତି ନୁହଁନ୍ତି, ସେ ଦକ୍ଷିଣ ଭାରତୀୟ । ତେଣୁ ଦୁଇ ଦିନର ସୁଟ୍ ପାଇଁ ମୁଁ ରାଉରକେଲା ଯାଇଥିଲି । ମୁଁ ସେଠାକୁ କୌଣସି ପର୍ଣ୍ଣ ଶୁଟ୍ ପାଇଁ ଯାଇନଥିଲି । ଲୋକମାନେ ଜାଣିଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ସେହି ଇଣ୍ଡଷ୍ଟ୍ରିର କାମ ଛାଡ଼ିବା ପରେ ମୁଁ ସୋସିଆଲ ମିଡିଆରେ ବାରମ୍ବାର କହିସାରିଛି ଯେ ମୁଁ ଆଉ ସେଭଳି କୌଣସି ପର୍ଣ୍ଣ ଭିଡିଓ ବନାଉ ନାହିଁ । ଦୟାକରି ମୋତେ ଟାର୍ଗେଟ୍ କରନ୍ତୁ ନାହିଁ ।

    ମୁଁ ସେଦିନ ସର୍କିଟ୍ ହାଉସରେ ରହିନଥିଲି । ଯେତେବେଳେ ମୁଁ ସୋସିଆଲ ମିଡିଆରେ ପୋଷ୍ଟ ପକାଇଲି, ସେମାନେ ମୋତେ କହିଲେ, ‘ମ୍ୟାଡାମ୍, ଏହାକୁ ଡିଲିଟ୍ କରିଦିଅନ୍ତୁ, ଭବିଷ୍ୟତରେ କୌଣସି ସମସ୍ୟା ହୋଇପାରେ, ଲୋକେସନକୁ ନେଇ କିଛି ନିୟମ ଥାଏ । ମୁଁ ତୁରନ୍ତ ସେହି ଭିଡିଓ ଡିଲିଟ୍ କରିଦେଇଥିଲି ଏବଂ ମୁଁ ସର୍କିଟ୍ ହାଉସରେ ରହିନଥିଲି । ମୋର ରହିବା ବ୍ୟବସ୍ଥା ବାହାରେ ଅନ୍ୟ ଏକ ସ୍ଥାନରେ କରାଯାଇଥିଲା । ମୁଁ ଯେତେବେଳେ ସର୍କିଟ୍ ହାଉସ୍ ଗଲି, ସେଠାରେ ବେଶୀରୁ ବେଶୀ ୧୦ ରୁ ୧୫ ମିନିଟ୍ ରହିଥିଲି, ବ୍ଲଗିଂ କଲି । ମୋର କୌଣସି ରାଜନୈତିକ ଦଳ, ଏସପି, ଡିଏସପି କିମ୍ବା ଡିଆଇଜିଙ୍କ ସହିତ ସମ୍ପର୍କ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ