Saturday, July 11, 2026
31.2 C
Odisha

    ରାଗିଗଲେ ପ୍ରଧାନ ଶିକ୍ଷକ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଓ ଗାଳି ଅଭିଯୋଗ; ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ରାଗିଗଲେ ପ୍ରଧାନ ଶିକ୍ଷକ । ପିଲାଙ୍କୁ ମନ ଇଛା ପଟିଲେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ଅଧୀନ ହାଇସ୍କୁଲରେ ଘଟିଛି ଏପରି ଘଟଣା । ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିସ୍ତୁକ ମାଡ଼ ମାରୁଥିବା ସିସିଟିଭି ଫୁଟେଜ ଆସିଛି ସାମ୍ନାକୁ । ଏଠି ପ୍ରଶ୍ନ ଉଠୁଛି କାହିଁକି ବିଦ୍ୟାଳୟ ପ୍ରାଧନ ଶିକ୍ଷକ ସଞ୍ଜୟ ପାଳ ଏତେ ରାଗିଲେ । କାହିଁକି ଦଣ୍ଡ ମୁକ୍ତ ଆଞ୍ଚଳରେ ବାଡ଼ି ବା ବେତ ନେଇ ଆସିଲେ । ଏପରିକି ଖରାପ ଭାଷାରେ ଗାଳି କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

    ଭିଡିଓ ଯିଏ ଦେଖିଲା ସିଏ ପ୍ରାଧନ ଶିକ୍ଷକଙ୍କୁ ନାପସନ୍ଦ କଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିଶୁ ଆୟୋଗ ନିକଟରେ ଅଭିଯୋଗ ମଧ୍ୟ ହୋଇଛି। ତେବେ ବିଦ୍ୟାଳୟ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଥିବା ବେଳେ ଏହି ଭିଡିଓ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିବା ନ୍ୟାୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    60 %
    5.1kmh
    100 %
    Sat
    32 °
    Sun
    29 °
    Mon
    27 °
    Tue
    25 °
    Wed
    26 °

    ସମ୍ବନ୍ଧିତ