Saturday, March 28, 2026
27.6 C
Odisha

    ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ହଟିବେ ସମସ୍ତ ଉଠାଦୋକାନୀ। ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏନେଇ ମଙ୍ଗଳବାର ମେୟର ସୂଚନା ଦେଇଛନ୍ତି । ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍‌ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି ମେୟର। ଏହାସହ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହ ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ଭେଣ୍ଡିଂ ଜୋନ୍‌ରେ ସ୍ଥାନ ପାଇବେ ଓ ଦୋକାନ ପାଖ ସଫା ରଖିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ