Wednesday, April 1, 2026
30.8 C
Odisha

    ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ରାଜଧାନୀ ଭୁବନେଶ୍ୱରରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ସମ୍ଭାବନା । ରାଜ୍ୟର ଅନେକ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ସେପଟେ ଏକାସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା! ଆଜି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ ଲଘୁଚାପର ସମ୍ଭାବନା ରହିଛି। ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିପାରେ। ସେପଟେ ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଆଶଙ୍କା ରହିଛି । ତେବେ ବାତ୍ୟାକୁ ନେଇ ଗୁଜବଠୁ ଦୂରେଇ ରୁହନ୍ତୁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ।ଆଗାମୀ ୪ରୁ ୫ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଉପକୂଳ ଛୁଇଁବା ପାଇଁ ପାଣିପାଗ ଅନୁକୂଳ ରହିଛି । ଏହାପରେ ମୌସୁମୀ ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିଥାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ହେଲେ ଏଥର କେରଳ ମୌସୁମୀ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି ।ତେବେ ରାଜ୍ୟରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା । ଆସନ୍ତାକାଲି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କାଲି ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ