Friday, January 30, 2026
15.7 C
Odisha

    ରାଜଧାନୀରେ ଗାଡି ଚଳାଇ କରୁଥିଲେ ଭୟଭୀତ ; ୨ ଗାଡି ଜବତ, ପାଞ୍ଚ ଜଣଙ୍କୁ ବାନ୍ଧିଲା ପୁଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ବାହାଦୁରୀ ଦେଖାଇ ଗାଡ଼ି ଚଳାଉଥିଲେ। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଆଜି ସକାଳ ୯ଟାରୁ ୧୦ ଟା ମଧ୍ୟରେ ଏପରି ହୋଇଥିଲା। ଯାହାକୁ ନେଇ ଲୋକ ପୁଲିସ ଉପରକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ।

    https://x.com/cpbbsrctc/status/1835625886025977929?t=ti9y9izu5hYyB7_PhHgzbw&s=19

    କାରଣ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ରହିଛି। ଏଥି ପାଇଁ ପୁଲିସ ଅଧିକ ସଜାଗ ରହିଛି। କିନ୍ତୁ ତା ଭିତରେ ଏପରି ହେବା ଆଲୋଡନ ସୃଷ୍ଟି କରିଥିଲା। ଆଉ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଆଜି ସହିଦ ନଗର ରୁପାଲି ଛକ ନିକଟରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡାଇ ଦୁଇଟି କାରରେ ଦୁଇ ଜଣ ସନ୍‌ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ। ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍‌ ପାଥ୍ ଉପରକୁ ଚାଲିଯାଇଥିଲା। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ତତ୍‌ପର ହୋଇଥିଲା କମିଶନରେଟ ପୁଲିସ। ଘଟଣାର ଖୋଳତାଡ଼ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    15.7 ° C
    15.7 °
    15.7 °
    85 %
    0.8kmh
    87 %
    Fri
    31 °
    Sat
    32 °
    Sun
    31 °
    Mon
    33 °
    Tue
    33 °

    ସମ୍ବନ୍ଧିତ