Saturday, March 15, 2025
30.6 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ହୋଲିରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଭଡା ଘର ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୩୦ ବର୍ଷୀୟ କୁମାର ଜିତେନ ଓ ଜଣେ ମହିଳା । ଜିତେନ ପେଶାରେ ଜଣେ ଡ୍ରାଇଭର ଥିବା ବେଳେ ମହିଳା ଜଣଙ୍କ ନର୍ସ ଭାବେ କାମ କରୁଥିବା ଜଣାଯାଇଛି ।

    ସୂଚନା ଅନୁସାରେ ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା । ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯିବ ବୋଲି ଜଣାଯାଇଛି । ତେବେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ହୋଇଥିଲା ଏବେ ଦୁଇ ଜଣ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।ଚନ୍ଦ୍ରଶେଖରପୁର ଆଇଆଓଇସି କହିଛନ୍ତି, କ’ଣ ପାଇଁ ଏପରି ଘଟଣା ଘଟିଲା ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି । ଘର ଲୋକ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ । ଏବେ ତଦନ୍ତ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    15 %
    1.3kmh
    0 %
    Sat
    33 °
    Sun
    41 °
    Mon
    41 °
    Tue
    41 °
    Wed
    41 °

    ସମ୍ବନ୍ଧିତ