Monday, August 17, 2026
24.7 C
Odisha

    ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ୪ କାଉଡ଼ିଆ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ୪ କାଉଡ଼ିଆଙ୍କୁ ପିଟି ଫେରାର ହୋଇଗଲା କାର। ଭୁବନେଶ୍ୱର ସତସଙ୍ଗ ବିହାର ଫ୍ଲାଏଓଭର ଉପରେ ଦୁର୍ଘଟଣା । ଆଜି ଭୋର ୪.୩୦ ରେ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଟକ ମହାନଦୀରୁ ପାଣି ଉଠାଇ ଲିଙ୍ଗରାଜଙ୍କୁ ଜଳାଭିଷେକ କରିବାକୁ ଯାଉଥିଲେ ପୂରା ପରିବାର। ବାଟରେ ଧକ୍କା ଦେଇ ଫେରାର ହୋଇଗଲା କାର୍ । ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

    ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆହତ କାଉଡ଼ିଆମାନେ କଟକ ମହାନଦୀରୁ ପାଣି ଉଠାଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଯାଉଥିଲେ । ସେମାନେ ପରିବାର ସହ ଧାର୍ମିକ ଯାତ୍ରାରେ ବାହାରିଥିଲେ । ତେବେ ଭୁବନେଶ୍ୱରର ସତସଙ୍ଗ ବିହାର ଫ୍ଲାଏଓଭର ଉପରେ ପହଞ୍ଚିବା ପରେ ହଠାତ୍ ଏକ କାର ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । କାରଟି ଧକ୍କା ଦେବା ପରେ ଘଟଣାସ୍ଥଳରେ ନ ରହି ତୁରନ୍ତ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସମସ୍ତ ୪ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    92 %
    3.1kmh
    100 %
    Mon
    28 °
    Tue
    25 °
    Wed
    29 °
    Thu
    26 °
    Fri
    29 °

    ସମ୍ବନ୍ଧିତ