Monday, November 16, 2026
18.9 C
Odisha

    ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ। ଘଟଣା ଘଟିଛି ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ଓ ଉତ୍ତରା ମଧ୍ୟରେ । ଆଜି ରାତି ପ୍ରାୟ ୭ ଟା ବେଳେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଧଉଳି ଛକ ନିକଟରେ ଥିବା ଏକ ମାର୍ବଲ ଦୋକାନ ସମ୍ମୁଖରେ ପୁରୀ ବଳଗଣ୍ଡିର ୫୯ ବର୍ଷୀୟ ନବ କିଶୋର ପାତ୍ର ରାସ୍ତା ପାର କରୁଥିଲେ । ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପଲସର ୨୦୦ ମଡେଲ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନବ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଗାଡି ଚଲାଉଥିବା ୨୯ ବର୍ଷୀୟ ଦୀପକ ମଲ୍ଲିକ ସେଠାରେ ପଡିବା ସହ ଗୁରୁତର ହୋଇଯାଇଥିଲେ। ହସ୍ପିଟାଲ ନେବା ବେଳକୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ମୃତକ ଗାଡିଚାଳକଙ୍କ ଘର ବାଲୁଗାଁ ଥାନା ବ୍ରଜରାଜପୁର । ପୁଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.9 ° C
    18.9 °
    18.9 °
    75 %
    1.2kmh
    100 %
    Sun
    18 °
    Mon
    27 °
    Tue
    26 °
    Wed
    25 °
    Thu
    21 °

    ସମ୍ବନ୍ଧିତ