Saturday, October 3, 2026
24.7 C
Odisha

    ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

    ଆଗକୁ ପଢନ୍ତୁ

    ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍‌ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ବୁଧବାର ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୬ ଦିନରେ ୨୫୦ କୋଟି ଟଙ୍କା ଆୟ କରିଛି। ସ୍ତ୍ରୀ-୨ର ସଫଳତା ସହିତ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ଆହୁରି ବଢିବାରେ ଲାଗିଛି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଲୋୟର୍ସ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପଛରେ ରହିଯାଇଛନ୍ତି। ସ୍ତ୍ରୀ- ୨ର ସଫଳତା ପାଇଁ ବୁଧବାର ସନ୍ଧ୍ୟାସୁଦ୍ଧା ଶ୍ରଦ୍ଧା କପୁର ନିଜ ଇନ୍‌ଷ୍ଟାଗ୍ରାମରେ ୯୧.୫ ମିଲିୟନ ଫଲୋୟର୍ସ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ୯୧.୩ ମିଲିୟନ ଫଲୋୟର୍ସ ରହିଥିବା ଜଣାପଡିଛି। ତେବେ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କର ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ୯୧.୮ ମିଲିୟନ ଫଲୋୟର୍ସ ଅଛନ୍ତି। ତାଙ୍କ ତଳକୁ ଶ୍ରଦ୍ଧା କପୁରଙ୍କର ୯୧.୫ ମିଲିୟନ ଓ ନରେନ୍ଦ୍ର ମୋଦିଙ୍କର ୯୧.୩ ମିଲିୟନ ଫଲୋୟର୍ସ ରହିଛନ୍ତି। ଅନ୍ୟପଟେ କ୍ରିକେଟର ବିରାଟ କୋହଲିଙ୍କର ଭାରତରେ ସର୍ବାଧିକ ୨୭୦ ମିଲିୟନ ଫଲୋୟର୍ସ ଥିବାବେଳେ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବିଶ୍ୱରେ ସର୍ବାଧିକ ୬୩୬ ମିଲିୟନ ଫଲୋୟର୍ସ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ