Sunday, July 12, 2026
31 C
Odisha

    ରାଜଧାନୀରେ ଲଭ, ସେକ୍ସ ଓ ଧୋକା, ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀରେ ଲଭ, ସେକ୍ସ ଓ ଧୋକା । ସୋସିଆଲ ମିଡିଆରେ ପରିଚୟ, ତା ପରେ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ ଓ ଶେଷରେ ଧୋକା । ଏଭଳି ଏକ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତର ନାଁ ଦେବାଶିଷ ପ୍ରଧାନ, ବୟସ ୨୪ ବର୍ଷ । ଘର କନ୍ଧମାଳ ଜିଲ୍ଲା ଟିକାବାଲିରେ। ଦେବାଶିଷ ଭୁବନେଶ୍ୱରରେ ଏକ ସପିଂ ମଲରେ କାମ କରୁଥିଲେ। ପୀଡିତା ନୟାପଲ୍ଲୀ ଅଞ୍ଚଳରେ ହଷ୍ଟେଲରେ ରହି ପାଠ ପଢୁଥିଲେ। ଲିଭ-ଇନରେ ରହିବା ପରେ ଶାରୀରିକ ସମ୍ପର୍କ ରଖିଥିଲା । ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଛୁ’ ମାରିଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ ନୟାପଲ୍ଲୀ ଥାନା ପୋଲିସ ।

    ଗିରଫ ଅଭିଯୁକ୍ତଙ୍କ ନାମ ଦେବାଶିଷ ପ୍ରଧାନ । ତାଙ୍କ ବୟସ ୨୪ ବର୍ଷ ହୋଇଥିବା ବେଳେ ସେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ବାସିନ୍ଦା । ସେ ଭୁବନେଶ୍ୱରର ଏକ ସପିଂ ମଲରେ କାମ କରୁଥିଲେ । ଅନ୍ୟପଟେ, ପୀଡ଼ିତା ନୟାପଲ୍ଲୀ ଅଞ୍ଚଳର ଏକ ହଷ୍ଟେଲରେ ରହି ପାଠପଢ଼ା କରୁଥିଲେ।

    ପୋଲିସ ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ପରିଚୟ ହୋଇଥିଲା । ଧୀରେ ଧୀରେ ସେହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ପରେ ଦେବାଶିଷ ବିବାହ କରିବାର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଲିଭ୍-ଇନ୍ରେ ରହିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31 ° C
    31 °
    31 °
    60 %
    3.4kmh
    98 %
    Sun
    29 °
    Mon
    34 °
    Tue
    26 °
    Wed
    30 °
    Thu
    32 °

    ସମ୍ବନ୍ଧିତ