Wednesday, October 28, 2026
21 C
Odisha

    ରାଜଧାନୀରେ ସକାଳ ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲା ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଗତକାଲି ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ପରେ ରାସ୍ତା ପାଣିରେ ବୁଡିଯାଇଥିଲା। ଏହି ବର୍ଷା ପାଣିରେ ଗାଡ଼ି ମଧ୍ୟ ବୁଡ଼ି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଜନପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। କିନ୍ତୁ ଆଜି ରାଜ୍ୟରେ ତାତିଠାରୁ ବଳିଯାଇଛି ଗୁଗୁଗୁଳି।ଗୁଗୁଗୁଳିରେ ରାଜ୍ୟବାସୀ  ହେଉଛନ୍ତି  ଛଟପଟ। ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ତାପମାତ୍ରା ଟପିଛି। ପୁରୀରେ ସର୍ବାଧିକ ୩୪.୪, ବାଲେଶ୍ୱରରେ ୩୩ ଡିଗ୍ରୀ, ଚାନ୍ଦବାଲିରେ ୩୨.୮, ଭୁବନେଶ୍ୱରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

    ସେହିପରି ଗୋପାଳପୁର ଓ ପାରଦୀପରେ ତାପମାତ୍ରା ୩୧.୮ ଡିଗ୍ରୀ ରହିଛି। ରାଜ୍ୟରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    21 ° C
    21 °
    21 °
    99 %
    1.5kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    28 °
    Sat
    28 °

    ସମ୍ବନ୍ଧିତ