Tuesday, September 29, 2026
24.9 C
Odisha

    ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି, ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା। ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗରମ, ଗୁଳୁଗୁଳି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଶେଷରେ ମିଳିଛି ବଡ଼ ଆଶ୍ୱସ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା ପ୍ରକୃତିକୁ ଶୀତଳ କରିଦେଇଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ଏବଂ ନିଆଁ ବର୍ଷା କରୁଥିବା ଝାଞ୍ଜି ପବନର ପ୍ରଭାବକୁ ଧୋଇ ଦେଇଛି ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା ରେକର୍ଡ ହୋଇଛି। ପାଣିପାଗର ପରିବର୍ତ୍ତନକୁ ସାଟେଲାଇଟ୍ ମାନଚିତ୍ରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

    ତାପମାତ୍ରାର ଦ୍ରୁତ ହ୍ରାସକୁ ଗ୍ରାଫିକ୍ସରେ ନୀଳ ରଙ୍ଗ ମାଧ୍ୟମରେ ଦର୍ଶାଯାଇଛି। ଯାହା ପ୍ରବଳ ଉତ୍ତାପ ପରେ ରାଜ୍ୟରେ ସୃଷ୍ଟି ହୋଇଥିବା ଶୀତଳ ପରିବେଶକୁ ସୂଚାଉଛି। ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଥଣ୍ଡା ପାଗ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିଭଳି କାଳବୈଶାଖୀର ପ୍ରଭାବ ଯୋଗୁଁ ପାଣିପାଗ ଅନୁକୂଳ ରହିବ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ