Wednesday, October 7, 2026
22.3 C
Odisha

    ମନୀଷା ମୃତ୍ୟୁ ଘଟଣା, ସ୍ୱାମୀକୁ ଗିରଫ କରିଛି ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରେମ, ବିବାହ ପରେ ଅସ୍ୱାଭାବିକ ମୃତ୍ୟୁ ମାମଲାରେ ସ୍ୱାମୀ ଗିରଫ। ଭୁବନେଶ୍ୱରରେ ଚର୍ଚ୍ଚିତ ମନୀଷା ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ। ପୋଲିସ ତଦନ୍ତ ପରେ ସ୍ୱାମୀ ସୂର୍ଯ୍ୟନାରାୟଣ ଜେନାଙ୍କୁ ଗିରଫ କରିଛି। ପ୍ରେମରୁ ବିବାହ, ପରେ ପାରିବାରିକ କଳହ ଏବଂ ଅସ୍ୱାଭାବିକ ମୃତ୍ୟୁ ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

    ସୂଚନାଯୋଗ୍ୟ, ପାହାଳ ଥାନା ବିଷ୍ଣୁ ବିହାର ଅଞ୍ଚଳର ଘଟଣା ଘଟିଥିଲା । ଲେନ ୩ ରେ ରହୁଥିବା ଏକ ଭଡ଼ା ଘରୁ ମିଳିଥିଲା HR ବି କେ ମନିଷାଙ୍କ ମୃତଦେହ । ଛ ମାସ ତଳେ ଏକ କମ୍ପାନିରୁ ଚାକିରି ଛାଡ଼ିଥିଲେ । ଜଣେ ଯୁବକ ସହ ପାହାଳ ଅଞ୍ଚଳରେ ରହୁଥିଲେ । ଗତ ୩ ଦିନ ତଳେ ରାତିରେ ଖବର ପାଇ ପାହାଳ ଥାନା ପୋଲିସ ପରିବାର ଲୋକଙ଼ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା । ଏନେଇ ମନିଷାଙ୍କ ବାପାଙ୍କ ସନ୍ଦେହ ରହିଲା । ଝିଅ ମୃତ୍ୟୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    87 %
    1.4kmh
    3 %
    Tue
    22 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ