Tuesday, March 31, 2026
28.1 C
Odisha

    ରାଜ୍ୟକୁ ପୁଣି ଫେରିଛି ଶୀତ, ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା ।  ରାଜ୍ୟକୁ ପୁଣି ଫେରିଛି ଶୀତ ।  ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ ।  ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ ।  ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ ।

    ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ରହିଛି ।  ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ୨୦ ମିଟିର ଭିଜିବିଲିଟି ରହିଥିଲା ।  ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ୨୯.୮ ଡିଗ୍ରୀ ସେଲସିୟସ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ସେଲସିଅସ ଏବଂ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।  ସେପଟେ ଘନକୁହୁଡ଼ି ପାଇଁ ଭୁବନେଶ୍ୱରରୁ ଉଡ଼ି ପାରିଲାନି ଏକାଧିକ ବିମାନ ।  ଭୁବନେଶ୍ୱରରୁ ଉଡ଼ାଣ ଭରିବାକୁ ଥିବା ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଏଣେ ପୁଣି ବଢ଼ାଉଛି ଲଘୁଚାପ ଆଶଙ୍କା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ