Sunday, June 7, 2026
37.1 C
Odisha

    ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ, ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

    ଆଗକୁ ପଢନ୍ତୁ

    କଟକ : ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ । ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦରମା ବନ୍ଦ କଲେ ଜିଲ୍ଲାପାଳ । ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ହୋଇନି ସଠିକ ଢଙ୍ଗରେ ମନରେଗା କାମ । ଏହି ସମସ୍ତ ବ୍ଲକ ବିଡ଼ିଓଙ୍କୁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

    ସେହିପରି ସାଲେପୁର ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛନ୍ତି ବିଡ଼ିଓ । ଲକ୍ଷ୍ୟ ପୂରଣ ନ କରିବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଦରମା ବନ୍ଦ ରହିବ । ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟର ଅବହେଳା ହୋଇଥିବା ଜଣାପଡିବା ପରେ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି ସାଲେପୁର ବିଡିଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    1.3kmh
    98 %
    Sun
    37 °
    Mon
    41 °
    Tue
    42 °
    Wed
    42 °
    Thu
    41 °

    ସମ୍ବନ୍ଧିତ