Monday, March 23, 2026
20.3 C
Odisha

    ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ, ୧୪ରୁ ପୁଣି ବର୍ଷିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଘୁର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ବର୍ଷା ଜାରି ରହିଛି । ଏଥିରେ କିନ୍ତୁ ଆଜିଠୁ ଲାଗିବ ବ୍ରେକ୍‌ । କମିବ ବର୍ଷାର ପରିମାଣ । ବର୍ଷାର ପରିମାଣ କମିବା ପରେ ଜାରି ହୋଇଥିବା ୟେଲୋ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ଅବଶ୍ୟ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର । ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ବାଦ୍ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନଥିବା ବେଳେ ୧୩ ତାରିଖ ଯାଏ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖ ଯାଏ କୌଣସି ସତର୍କ ସୂଚନା ନ ଥିବା ବେଳେ ୧୪ରୁ ପୁଣି ବର୍ଷାର ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ସେପଟେ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମର ବନ୍ୟା ଜଳରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ର ବିଭିନ୍ନ ଅଂଚଳ ବ୍ୟାପକ ଜଳମଗ୍ନ ହୋଇଛି । ବିଶେଷ କରି ଦୋକନ୍ଦା, ବଡ଼ାଶ ନାନକେରା, ଗଡ଼ସାନପୁଟ, ଗଡ଼ ବଡପୁଟ, ଗଡିସାଗୋଦା, ଅଡ଼ାଲ ପଞ୍ଚାୟତର ନଦୀକୁଳିଆ ଚାଷ ଜମି ଜଳମଗ୍ନ ହୋଇଛି l ନଦୀର ଜଳସ୍ତର ସ୍ଥିର ରହିଥିବା ବେଳେ ଏହି ବନ୍ୟା ଜଳରେ ପନିପରିବା ବୁଡି ରହିଛି l ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସେ କହିଛନ୍ତି, ଜଳସେଚନ ଓ ଡ୍ରେନେଜ ବିଭାଗର ଅଧିକାରୀମାନେ ବିଭିନ୍ନ ସମୟରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଯଦି କୌଣସି ସ୍ଥାନରେ କିଛି ବି ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଯାଏ ତା’ର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ବନ୍ୟାଜଳ ନିଷ୍କାସନ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ। ଏପଟେ ପୁରୀ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହୁଥିବା ବେଳେ ଏହାକୁ କିଭଳି ଠିକ୍ ସମୟରେ ନିଷ୍କାସନ କରାଯିବ ସେନେଇ ପୌରସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସେଭଳି କୌଣସି ପରିସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ