Sunday, October 4, 2026
24.3 C
Odisha

    ରାଜ୍ୟରେ ଗଡ଼ିବ 600 e-Bus : ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ରାଜ୍ୟରେ ଗଡ଼ିବ 600 e-ବସ୍। ଏନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା ପାଇଁ ଆଗକୁ e ବସକୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି। ରାଜ୍ୟରେ 1000 e- ବସର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର 200 e- ବସ ଆଣିବେ।

    ସେ ଆହୁରି କହିଛନ୍ତି ଯେ, ଏହାଶହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାକୁ 400 e- ବସ ପ୍ରଦାନ କରିବେ। ମୋଟ 600 e- ବସ ଜନତାଙ୍କୁ ସେବାରେ ଲାଗିବ। ଏବେ 25 ଟି e- ବସ ଆସୁଛି। ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରିବର୍ତ୍ତନ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ e- ବସ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆମ ବସରେ ଐତିହ ଫଟୋଚିତ୍ର ବାହାର କରାଯିବା ବିରୋଧୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ବିରୋଧୀଙ୍କ କାଯ୍ୟ ହେଉଛି ବିରୋଧ କରିବା, ଐତିହ୍ୟ କୁ ବୃଦ୍ଧି କରିବା ଆମ ସରକାରଙ୍କ ଦାୟିତ୍ୱ। ରେଭିନିଉ ଜେନେରେଟ କରିବା ଆମର ଲକ୍ଷ, ବସ ଯାତ୍ରୀଙ୍କ ପାଇଁ 10 ପ୍ରତିଶତ ଏବଂ ମା ମାନଙ୍କ ପାଇଁ 15 ପ୍ରତିଶତ ଅର୍ଥ ରିହାତି କରାଯାଇଛି…. ଲୋକଙ୍କ ସେବା କରିବା ଆମର  ଦାୟିତ୍ୱ।

    ଲଗାଣ ବର୍ଷ କାରଣରୁ ସହରର ଅନେକ ରାସ୍ତାଘାଟ ଖାଲ ହୋଇଯାଇଛି। ଏହି ଖାଲଖୁମା ରାସ୍ତାକୁ ଦୁର୍ଗାପୂଜା ପୂର୍ବରୁ ମରାମତି କରାଯିବ। ସବୁ ବିଭାଗର ସହଯୋଗରେ ହେବ ମରାମତି କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ବାବଦରେ ଗୁରୁତ୍ୱରୋପ କରିଥିଲେ, ତେଣୁ ଆମେ ଖୁବଶୀଘ୍ର ସମସ୍ତ ରାସ୍ତାର ମରାମତି କରିବୁ। ଆଗରୁ ବିଭିନ୍ନ ବିଭାଗ ସହ ଅନ୍ୟ ବିଭାଗର ସମୋନୟ ରହୁନଥିଲା, କିନ୍ତୁ ଏବେ ସମୋନୟ ଭିତରେ କାଯ୍ୟ ହେବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ