Wednesday, October 29, 2025
25.1 C
Odisha

    ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା, ହ୍ୟୁମାନ ଟ୍ରାଫିକିଂ ଶେଷ ପାଇଁ ଚେଷ୍ଟା ଚାଲିଛି : ପୋଲିସ ଡିଜି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା ।   ହ୍ୟୁମାନ ଟ୍ରାଫିକିଂ ଶେଷ ପାଇଁ ଚେଷ୍ଟା ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ ।  ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ  ।  ଆଗାମୀ ଦିନରେ ଓଡିଶାକୁ ମାନବ ଚାଲାଣ ବିରୋଧରେ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଡିଜିପି ଆହ୍ଵାନ ଦେଇଥିଲେ  ।

    ମାନବ ଚାଲାଣ କେବଳ ଏକ ଅପରାଧ ନୁହେଁ ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରିଥାଏ  ।  ବିଶେଷ କରି ମହିଳା, ଶିଶୁ ଓ ଯୁବବର୍ଗମାନଙ୍କୁ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଭବିଷ୍ୟତରୁ ବଞ୍ଚିତ କରିଥାଏ ।  ଓଡିଶାରେ ଯୌନ ଶୋଷଣ, ବାଧ୍ୟତାମୂଳକ ଶ୍ରମ, ଘରୋଇ ଶିଶୁ ଶ୍ରମ, ଏବଂ ଚାକିରି କିମ୍ବା ବିବାହର ଆଳରେ ଯୁବତୀମାନଙ୍କ ଚାଲାଣ ଭଳି ମାନବ ଚାଲାଣ ଦେଖିବାକୁ ମିଳିଥାଏ ।  ଏନେଇ ପୋଲିସ ଭବନରେ ଅନୁଷ୍ଠିତ ମାନବ ଚୋରାଚାଲାଣ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳାରେ ବିଚାରବିମର୍ଶ କରାଯାଇଛି ।  ଭିକ୍ଟିମ କେୟାର, ଇନଭେଷ୍ଟିଗେସନ, ରେସ୍କ୍ୟୁ ଭଳି ୩ଟି ଦିଗକୁ ଗୁରୁତ୍ବ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    90 %
    2.7kmh
    100 %
    Wed
    26 °
    Thu
    28 °
    Fri
    30 °
    Sat
    29 °
    Sun
    28 °

    ସମ୍ବନ୍ଧିତ