Monday, September 28, 2026
29.4 C
Odisha

    ରାଜ୍ୟରେ ବନ୍ଦ ହେବ BSKY ଯୋଜନା: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା। ରାଜ୍ୟରେ BSKY ଯୋଜନା ବନ୍ଦ କରାଯାଇ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ଏହା କହିଛନ୍ତି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ । ମନମୋହନ ସାମଲ କହିଛନ୍ତି BSKYରେ ଭଲ ସୁବିଧା ମିଳୁନଥିଲା । ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ । ଏହାସହ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ସବୁ କାର୍ଯ୍ୟକାରୀ କରାଯିବ । ଲୋକେ ନିର୍ବାଚନ ଲଢୁଥିଲେ । ରାଜ୍ୟରେ ଲୋକଙ୍କ ସରକାର ହେବ। ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ। ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମନମୋହନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ