Monday, September 28, 2026
29.4 C
Odisha

    ମହାରାଷ୍ଟ୍ରରେ ବିଜେପି ଖରାପ ପ୍ରଦର୍ଶନ: ଇସ୍ତଫା ଦେବାକୁ ଚାହୁଁଛନ୍ତି ଫଡନାଭିସ୍‌

    ଆଗକୁ ପଢନ୍ତୁ

    ମୁମ୍ବଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ଦଳ ଭଲ ପ୍ରଦର୍ଶନ ନ କରିଥିବାରୁ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଡନାଭିସ କହିଛନ୍ତି, ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍‌ ବସଙ୍କୁ ଅନୁରୋଧ କରୁଛି। ଏହାଦ୍ୱାରା ମୁଁ ବାହାରେ ରହି ଦଳ ପାଇଁ କାମ କରିପାରିବି। ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଫଡନାଭିସ ଏପରି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ବିଜେପି ଓ ବିଭାଜିତ ହୋଇ ନଥିବା ଉଦ୍ଧବ ଠାକରେଙ୍କ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି ୨୫ଟି ଆସନରେ ନିର୍ବାଚନ ଲଢ଼ି ୨୩ଟିରେ ଜିତିଥିଲା। ସେହିପରି ଶିବସେନା ୧୮ଟି ଆସନରେ ଜିତିଥିଲା। ୨୦୨୪ରେ ସ୍ଥିତି ବଦଳିଛି। ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମିଶି ଉଦ୍ଧବ ସେନା ଲୋକସଭା ନିର୍ବାଚନ ଲଢ଼ିଥିଲା। ବିଜେପି ଏକନାଥ ସିନ୍ଦେଙ୍କ ସେନା ଓ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲା।ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଶରଦ ପାୱାର ୮ଟି ଜିତିଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଓ କଂଗ୍ରେସ ୧୩ଟି ସ୍ଥାନରେ ବାଜିମାତ କରିଛି। ବିଜେପି ଓ ଏହାର ସହଯୋଗୀମାନେ ୧୭ଟି ଆସନ ଜିତିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ