Monday, July 21, 2025
24.2 C
Odisha

    ରାଜ୍ୟରେ ୪୬ଟି ନୂଆ ସିଭିଲ୍‌ ଜଜ୍‌ କୋର୍ଟ ଗଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ୪୬ଟି ନୂଆ ସିଭିଲ୍‌ ଜଜ୍‌ କୋର୍ଟ ଗଠିତ ହୋଇଛି । ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପରେ ରାଜ୍ୟ ସରକାର ଏହି କୋର୍ଟକୁ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଠିତ ହୋଇଥିବା କୋର୍ଟ ଗୁଡିକ ବାଲେଶ୍ୱରର ବାଲିଆପାଳ, ସିମୁଳିଆ, ସୋର, ବାହାନଗା, ଜଳେଶ୍ୱର ।

    ସମ୍ବଲପୁରର ରେଙ୍ଗାଲି, ବାମରା, କୁଚିଣ୍ଡା, ଜମନକିରା ।

    ରାୟଗଡାର ରାୟଗଡା ।

    ପୁରୀର ସତ୍ୟବାଦୀ ।

    କେନ୍ଦୁଝରର ସହରପଡା, ହରିଚନ୍ଦନପୁର।

    ମୟୁରଭଞ୍ଜର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା ।

    ଜଗତସିଂହପୁରର ବାଲିକୁଦା, ନୂଆଗାଁ ।

    ସୁନ୍ଦରଗଡର ବାଲିଶଙ୍କରା, ଲେଫ୍ରିପଡା, ବରଗାଁ ଓ କୁଆଁରମୁଣ୍ଡା ।

    କଟକର ବାରଙ୍ଗ, କଣ୍ଟାପଡା।

    ସୋନପୁରର ଉଲୁଣ୍ଡା ।

    ବରଗଡର ଭଟଲି।

    ଝାରସୁଗୁଡାର କୋଲାବିରା।

    ଖୋର୍ଦ୍ଧାର ବାଣପୁର।

    କୋରାପୁଟର ପଟାଙ୍ଗୀ ।

    ଯାଜପୁରର ରସୁଲପୁର, କୋରେଇ ଓ ଧର୍ମଶାଳା ।

    କେନ୍ଦ୍ରାପଡାର ମହାକାଳପଡା, ଗରଦପୁର ଓ ମାର୍ଶାଘାଇ ।

    କନ୍ଧମାଳର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡା ।

    ଭଦ୍ରକର ତିହିଡି।

    ମାଲକାନଗିରିର ଖଇରପୁଟ।

    ଢେଙ୍କାନାଳର ଢେଙ୍କାନାଳ।

    ବଲାଙ୍ଗୀରର ପାଟଣାଗଡ।

    ଗଞ୍ଜାମର କୁକୁଡାଖଣ୍ଡି, ଧରାକୋଟ ଓ ଗଞ୍ଜାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    94 %
    0.9kmh
    100 %
    Mon
    32 °
    Tue
    33 °
    Wed
    32 °
    Thu
    29 °
    Fri
    23 °

    ସମ୍ବନ୍ଧିତ