Thursday, March 26, 2026
37.1 C
Odisha

    ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

    ଆଗକୁ ପଢନ୍ତୁ

    ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ଯବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ଯାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ଯର ଦୁର୍ଗମ ଅଞ୍ଚଳରେ ସାର ନ ପହଞ୍ଚିବାର କୌଣସି ସୂଚନା ନାହିଁ। ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ଯ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ଯାଣ ବିଭାଗ ପକ୍ଷରୁ ସବୁ ରାଜ୍ଯ ସରକାରଙ୍କ ସହ ଆଲୋଚନା କରି ଆବଶ୍ଯକ ପରିମାଣର ସାର ସମ୍ପର୍କରେ ତଥ୍ଯ ହାସଲ କରାଯାଏ। ନିୟମିତ ବ୍ଯବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ