ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେପି ପ୍ରାର୍ଥୀ ଭାବେ ୩ ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ଦଳୀୟ ବିଧାୟକ । ଗତ ମାସ ୨୫ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ଏହା ପରେ ଉପ ନିର୍ବାଚନ ଘୋଷଣା ହୋଇଥିଲା । ଆସନ୍ତା ୧୮ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ।
ଗୁରୁବାର ସୂଚନାଥିଲା କି, ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ BJPରୁ ପ୍ରାର୍ଥୀ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ସହ ରାଜସ୍ଥାନ, ଅରୁଣାଚଳପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ପାଇଁ ନାଁ ଘୋଷଣା ହୋଇଥିଲା । ଗୁଜରାଟରୁ ୪ଟି ଓ ମଧ୍ୟପ୍ରଦେଶରୁ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି ।
