Tuesday, September 29, 2026
30.1 C
Odisha

    ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ: ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ଏହା ଦ୍ବାରା ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ। ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି। ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି। କ୍ୟାବିନେଟ ବସିବାର ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ। ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ। ନୂଆ ଢାଞ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍‌ ବସିପାରିବ ନାହିଁ। ଅନେକ ଦିନ ପୂର୍ବରୁ କ୍ୟାବିନେଟ୍ ତାରିଖ କିମ୍ବା ପ୍ରସ୍ତାବ ସ୍ଥିର ହେବ ନାହିଁ। କ୍ୟାବିନେଟ୍‌ ବସିବା ତାରିଖ ମାତ୍ର ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ। ଏହାସହିତ ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ।ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍‌ ରୁମ୍‌କୁ ଯାଇପାରିବେ। କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିସନର ବ୍ୟତୀତ ଅନ୍ୟଙ୍କୁ ମନା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ