Wednesday, October 7, 2026
30.3 C
Odisha

    ରାଜ୍ୟ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ଜନବିରୋଧୀ ନେତା ପ୍ରଦୀପ ଓ ପ୍ରଶାନ୍ତ: ବିଜେଡ଼ି

    ଆଗକୁ ପଢନ୍ତୁ

    ସୋମବାର ଶଙ୍ଖ ଭବନରେ ବିଜେଡି ପ୍ରେସମିଟ୍ କରି ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛି। ମଦ ପିଇ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ଏବେ ମଦ ପିଇ ପୁଲିସ ଅଧିକାରୀଙ୍କୁ ଡରାଉଥିବାବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପାଇଁ ପଛାଉନାହାନ୍ତି। ଏହାସହ ବିଜେପିର ରଣନୀତିକାର ସାଜିଥିବା ପ୍ରଦୀପ ପାଣିଗ୍ରାହୀ ଯିଏ କି ଶହଶହ ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିଲେ ତାଙ୍କୁ ଦଳରେ ରଣନୀତିକାର ସଜାଯାଇଛି। ଏହି ଦୁଇ ଜନବିରୋଧୀ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି। ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି। ପ୍ରଶାନ୍ତ ଜଗଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ। ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଖ ଲୋକ ମଦ୍ୟାପାନ କରି ଧମକାଉଛନ୍ତି । କେମିତି ମୁହଁ ଦେଖାଉଛି ବିଜେପି ନିଜ କର୍ମୀଙ୍କୁ । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନେଇ ଠକି ଜେଲ ଯାଇଥିଲେ। ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତିକ ଲଢେଇ ନ କରିବାର ଓ ବିଜେଡିକୁ ସାମ୍ନା କରି ପାରୁ ନଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛି। । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ