Friday, July 10, 2026
31.5 C
Odisha

    ରାଜ୍ୟ ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି

    ଆଗକୁ ପଢନ୍ତୁ

    ଓଡ଼ିଶା ବିଜେପି ଟାର୍ଗେଟ କଲା ବିଜେଡି। ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି । ଦଳରେ ଏମିତି ନେତା ରହିଛନ୍ତି ସେମାନେ ଦାଗି ନେତା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହେଉଛନ୍ତି ଜଣେ ଦାଗି ନେତା । ସେ ଜେଲରୁ ଆସି ଏବେ ବାହାରେ ଥିବାବେଳେ ସେ ଦାୟିତ୍ବରେ ଥିବା ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସେ ମାଡ଼ ମାରି ଜେଲରେ ରହିଥିଲେ ସୁଦ୍ଧା ଦଳ ତାଙ୍କୁ ଦଳରେ ଗୁରୁ ଦାୟିତ୍ବ ଦେଉଛି । ଏହା ହେଉଛି ବିଜେପିର ସଂସ୍କୃତି । କେବଳ ଜଣେ ନେତା ନୁହେଁ ବିଜେପିରେ ଏଭଳି ଗଣ୍ଡା ଗଣ୍ଡା ଅପରାଧରେ ଲିପ୍ତ ଥିବା ନେତା ଦଳରେ ରହିଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ମାତ୍ର ତାଙ୍କୁ ବିଜେପି ଖୋର୍ଦ୍ଧାରୁ ଟିକେଟ ଦେଇଛି । ଇରାଶିଷ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବହୁ ନେତା ରାଜ୍ୟ ବିଜେପି ଅପରାଧୀ ନେତାଙ୍କ ଉଦାହରଣ । ହତ୍ୟ ମାମଲାରେ ଜେଲରେ ରହିଥିଲେ ଇରାଶିଷ । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଲୁଟିଥିଲେ । କିନ୍ତୁ ସେ ଏବେ ଦଳରେ ଏବେ ସେ ରଣନୀତିକାର ସାଜିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    63 %
    3.6kmh
    100 %
    Fri
    31 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ