ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଆଗ ଦେଶ, ପରେ ପାର୍ଟି ଆଦର୍ଶରେ କାର୍ଯ୍ୟ କରିବାକୁ ଆହ୍ୱାନ। କାର୍ଯ୍ୟକ୍ରମରେ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଦଳର ବହୁ ବରିଷ୍ଠ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ୪୭ ବର୍ଷର ଯାତ୍ରାରେ ଦଳ ଯେଉଁ ସଂକଳ୍ପ ନେଇଥିଲା, ଆଜି ମଧ୍ୟ ସେହି ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା କହିଛନ୍ତି ପ୍ରଭାତି ପରିଡ଼ା ।
ବିଜେପି ସବୁବେଳେ ‘ଆଗ ଦେଶ, ପରେ ପାର୍ଟି’ ଶ୍ରେଷ୍ଠ ଆଦର୍ଶ ହୋଇ ରହିଛି ଏବଂ ଏହି ମନ୍ତ୍ରକୁ ପାଥେୟ କରି କାର୍ଯ୍ୟକର୍ତ୍ତାମାନେ ନିରନ୍ତର କାମ କରିଚାଲିଛନ୍ତି । ଦଳର ଏହି ସଫଳତା ପଛରେ ୧୪ କୋଟିରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା ଓ ତ୍ୟାଗ ରହିଛି । ଯେଉଁ ପୁରୁଖା ନେତା ଓ କର୍ମୀମାନେ ଦଳକୁ ଏହି ସୁଦୃଢ଼ ସ୍ଥିତିକୁ ଆଣିଛନ୍ତି, ସେମାନଙ୍କୁ
