Friday, October 18, 2024
25 C
Odisha

    ରାଜ୍ୟ ସରକାରଙ୍କୁ ଚେତାବାନୀ, ଦାବି ପୂରଣ ନହେଲେ ୨୪ରୁ ମହାସଂଗ୍ରାମ

    ଆଗକୁ ପଢନ୍ତୁ

    ରାଜ୍ଯରେ ସରକାରୀ ନିଯୁକ୍ତି ପରୀକ୍ଷାରେ ବ୍ଯାପକ ଅନିୟମିତତା ନେଇ ସରକାରଙ୍କୁ ଚେତାବନୀ ଆଶାୟୀଙ୍କ ଚରମ ଚେତବାନୀ । ଆସନ୍ତା ୨୩ ତାରିଖ ଭିତରେ ଦାବି ପୂରଣ ନହେଲେ ୨୪ ତାରିଖରେ ହେବ ମହାସଂଗ୍ରାମ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ କରିବେ ମହାସଂଗ୍ରାମ । ଏନେଇ ସାମ୍ବିଦିକ ସମ୍ମିଳନୀରେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ ତରଫରୁ ଚେତାବନୀ ଦିଆଯାଇଛି ।
    ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ରାଜ୍ଯରେ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଛି । କେଉଁଠି ସାଇବର କାଫେରେ ପରୀକ୍ଷା ବେଳେ କମ୍ପ୍ଯୁଟର ହ୍ଯାକ୍ ତ ଆଉ କେଉଁଠି ହୋଟେଲରେ ବି ପିଲା ପରୀକ୍ଷା ଦେଇଛନ୍ତି । ମାମଲାରେ ବୌଦ୍ଧରୁ ଜଣେ ନକଲି ସେଣ୍ଟର୍ ମାଲିକ ଗିରଫ ହୋଇଛନ୍ତି । ଏଭଳି ସାଂଘାତିକ ତ୍ରୁଟି ବିରୋଧରେ ଦୀର୍ଘ ଦିନ ଧରି ପ୍ରତିବାଦ କରିଆସୁଛନ୍ତି ଆଶାୟୀ । ପୁନଃ ପରୀକ୍ଷା ପାଇଁ ବାରମ୍ବାର ଦାବି ହେଉଛି । ରାଜଧାନୀରେ ବିକ୍ଷୋଭ ସହ ଆଶାୟୀମାନେ ଆଡମିଟ କାର୍ଡ ପୋଡ଼ି ଓ ନଦୀରେ ଭସାଇ ପ୍ରତିବାଦ କରିଥିଲେ । ତଥାପି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ