Tuesday, March 31, 2026
25.7 C
Odisha

    ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ।

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ସୋମବାର ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଆୟୁର୍ବେଦ ଏବଂ ହୋମିଓପାଥିରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ନିଆଯାଇଥିବା ଏହି ନିଷ୍ପତ୍ତିରେ ପ୍ରାୟ ୧୨୦ ଜଣ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ। ପ୍ରଥମ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୫୫ ପ୍ରତିଶତ ବୃଦ୍ଧି କରାଯାଇ ମାସିକ ୩୧,୦୦୦ ଟଙ୍କାରୁ ୪୮,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଦ୍ୱିତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୬୨ ପ୍ରତିଶତ ବୃଦ୍ଧି କରାଯାଇ ୩୨,୦୦୦ ଟଙ୍କାରୁ ୫୨,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ତୃତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ସର୍ବାଧିକ ୬୭ ପ୍ରତିଶତ ବୃଦ୍ଧି କରାଯାଇ ୩୩,୦୦୦ ଟଙ୍କାରୁ ୫୫,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଏହି ସମସ୍ତ ବର୍ଦ୍ଧିତ ଷ୍ଟାଇପେଣ୍ଡ ହାର ଆସନ୍ତା ଜାନୁଆରୀ ୧, ୨୦୨୬ ଠାରୁ ଲାଗୁ ହେବ। ପିଜି ଛାତ୍ରଛାତ୍ରୀଙ୍କ ବ୍ୟତୀତ ସରକାରୀ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ମାସିକ ଷ୍ଟାଇପେଣ୍ଡ ୧୭,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୩୦,୦୦୦ ଟଙ୍କା କରାଯାଇଛି। ଏହି ବୃଦ୍ଧି ଚଳିତ ବର୍ଷ ଅଗଷ୍ଟ ୧ ଠାରୁ ପୂର୍ବପ୍ରଭାବୀ ଭାବରେ ଲାଗୁ ହେବ।

    ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ଆର୍ଥିକ ସହାୟତା ବୃଦ୍ଧି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଧ୍ୟୟନ ତଥା ରୋଗୀସେବା ଉପରେ ଅଧିକ ଧ୍ୟାନ ଦେବାକୁ ସକ୍ଷମ କରିବ, ଯାହାଦ୍ୱାରା ରାଜ୍ୟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ