Wednesday, April 1, 2026
27.7 C
Odisha

    ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍‌ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗକୁ ଓଡିଶାର ମହିୟସୀ ମହିଳାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିବା ସହିତ ପ୍ରତିଷ୍ଠାନର କନଫରେନସ୍ ହଲ୍‌କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।ନିଜେ ନିଜର ପୋଷକତତ୍ତ୍ୱକୁ ଠିକ୍ ରଖିବା ସହିତ ସମାଜ ପାଖରେ ପହଞ୍ଚାଇ ପାରିଲେ ଏକ ସୁସ୍ଥ ଓ ବିକଶିତ ଓଡିଶା ଆମେ ଗଠନ କରି ପାରିବା ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସୂଚକାଙ୍କରେ ଉନ୍ନତି ନଆସିଲେ ଦାରିଦ୍ର୍ୟ ହ୍ରାସ ହେବନାହିଁ। ୨୦୩୬ ସମୃଦ୍ଧ ଓଡିଶା ଗଠନ ବେଳକୁ ଶୂନ ପ୍ରତିଶତ କୁପୋଷଣ ଆମର ଲକ୍ଷ୍ୟ ରହିଛି। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆଇସିଡିଏସ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ସ୍ତରରେ ଅଙ୍ଗନବାଡି କର୍ମୀ ଓ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡିହୋଇ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ