Thursday, January 30, 2025
19.2 C
Odisha

    ରାତିରେ ଶୋଇବା ପୂର୍ବରୁ ଭୁଲରେ ଖାଆନ୍ତୁନି ୮ ଜିନିଷ, ନଚେତ୍ ଭୋଗିବେ ଏହି ସମସ୍ୟା

    ଆଗକୁ ପଢନ୍ତୁ

    ଅନେକ ସମୟରେ ଏହା ଦେଖିବାକୁ ମିଳେ ଯେ, ଲୋକମାନେ ଶୋଇବା ପୂର୍ବରୁ ଏଭଳି କିଛି ଖାଆନ୍ତି ଯେଉଁଥି ପାଇଁକି ସେମାନଙ୍କୁ ରାତିରେ ନିଦ ହୁଏ ନାହିଁ । ଏହା ଦ୍ବାରା ଦେହ ଖରାପ ହୋଇଥାଏ। ଦୀର୍ଘ ସମୟ ଧରି ଏହା କରିବା ଦ୍ୱାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।ଆଜିକାଲି ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି ।ରାତିରେ ଅଧିକ ସମୟ ମୋବାଇଲ ଦେଖିବା ଦ୍ବାରା ନିଦ୍ରାହୀନତା ହେଉଥିବା କୁହାଯାଏ । କିନ୍ତୁ ଏତଦ୍ ବ୍ୟତିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟରେ ଅନିୟମିତତା । ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯେଉଁଥି ପାଇଁକି ରାତିରେ ନିଦ ହୁଏ ନାହିଁ । ପରବର୍ତ୍ତୀ ସମୟରେ ତାହା ଭୟଙ୍କର ବ୍ୟାଧିରେ ପରିଣତ ହୁଏ ।ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ୟକ । ରାତିରେ ସଠିକ୍ ଭାବେ ନଶୋଇଲେ ହୃଦଘାତ, ଉଦାସୀନତା, ଦୁର୍ବଳ ଲାଗିବା ତଥା କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ ।ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ସଠିକ୍ ନିଦ ହେବା ସହିତ ସ୍ବାସ୍ଥ୍ୟ ଖରାପ ହେବ ନାହିଁ । ସେଭଳି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କୁ ରାତିରେ ନିଦ ହେବ ନାହିଁ ।

    ଶୋଇବା ପୂର୍ବରୁ ଅତ୍ୟଧିକ ଡ୍ରାଏ ଫ୍ରୁଟସ୍, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁ ନାହିଁ । ଏଗୁଡିକ ଶରୀର ପାଇଁ ଭଏ କିନ୍ତୁ ଏଥିରେ ଫାଇବର ଅଂଶ ଅଧିକ ରହୁଥିବାରୁ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ ।

    ଅତ୍ୟଧିକ ଅମ୍ଳୀୟ ଖାଦ୍ୟ ଯେପରିକି ସାଇଟ୍ରସ୍ ରସ, କଞ୍ଚା ପିଆଜ, ହ୍ବାଇଟ୍ ଓ୍ବାଇନ୍‌ ଏବଂ ଟମାଟୋ ସସ୍ ଖାଇବା ଦ୍ବାରା ହାର୍ଟବର୍ନ ଖରାପ କରେ । ଫଳରେ ରାତିରେ ନିଦ ହୋଇନଥାଏ । ତେଣୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପରେ ଅନୁତାପ କରିବାକୁ ପଡିପାରେ ।

    ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚିନି କିମ୍ବା ମିଠା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ରକ୍ତରେ ସର୍କରା ବୃଦ୍ଧି ପାଇଥାଏ । ଫଳରେ ନିଦ ବ୍ୟାଘାତ ହୋଇଥାଏ । ଶୋଇବା ପୂର୍ବରୁ ଏଗୁଡିକୁ ଖାଇବା ଉଚିତ ନୁହେଁ ।

    ଚା, ସୋଡା, କଫି, ଚକୋଲେଟ୍, ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟରେ କ୍ୟାଫିନ୍ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ସେଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

    ଶୋଇବା ପୂର୍ବରୁ ମଦ୍ୟପାନ କରିବା କ୍ଷତିକାରକ । ଏହା ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରିପାରେ । ସାଧାରଣତଃ ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ଏହାକୁ ତୁରନ୍ତ ଛାଡନ୍ତୁ ।

    ଭଲ ନିଦ ପାଇଁ ରାତିରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଆପଣଙ୍କ ଶରୀରର ତାପମାତ୍ରା ବଢାଇଥାଏ । ଶୋଇବା ପୂର୍ବରୁ ଅଧିକ ଖାଇବା ଦ୍ବାରା ନିଦ୍ରାହୀନତାର ଶିକାର ହେବାକୁ ପଡେ ।

    ରାତ୍ରୀ ଭୋଜନ ପରିବର୍ତ୍ତେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇପାରିବେ ।

    ରାତିରେ ଶୋଇବା ପୂର୍ବରୁ ପେନ୍‌କିଲର ବା ଯନ୍ତ୍ରଣା ଉପଶମକାରୀ ଔଷଧ ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଅନେକ ଗୁଡିଏ ମେଡିସିନ୍‌ରେ କ୍ୟାଫିନ ଭର୍ତ୍ତି ହୋଇ ରହିଥାଏ । ତେଣୁ ଡାକ୍ତରଙ୍କ ବିନା ଅନୁମତିରେ ରାତିରେ ମେଡିସିନ୍ ଖାଇବା ଉଚିତ ନୁହେଁ । ଶୋଇବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.2 ° C
    19.2 °
    19.2 °
    80 %
    2.6kmh
    56 %
    Thu
    19 °
    Fri
    34 °
    Sat
    35 °
    Sun
    35 °
    Mon
    36 °

    ସମ୍ବନ୍ଧିତ