ଭୁସି ନାଁ ବୋଧେ ସମସ୍ତେ ଶୁଣିଥିବେ ନିଶ୍ଚୟ । ଯାହାକୁ ପାଣିରେ ବତୁରାଇଦେବା ମାତ୍ରେ ଜେଲ ଭଳି ହୋଇଯାଇଥାଏ । କବ୍ଜ ଭଳି ସମସ୍ୟା ପାଇଁ ଭୁସି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯାହାକୁ ଆୟୁର୍ବେଦର ଏକ ଔଷଧ ଭାବେ ବିବେଚନା କରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି । ଯାହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ କେବଳ କୋଷ୍ଠକାଠିନ୍ୟ ନୁହେଁ ଆହୁରି ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଭୁସିର ଫାଇଦା ବିଷୟରେ ଜାଣିବା ।
କୋଷ୍ଠକାଠିନ୍ୟ ଦୂର କରେ:ଭୁସିରେ ହାଇଗ୍ରୋସ୍କୋପିକ୍ ଗୁଣ ରହିଛି । ଯାହା ଡାଇଜେଷ୍ଟିବ ସିଷ୍ଟମ୍ରୁ ଅଧିକରୁ ଅଧିକ ଜଳ ଶୋଷିବାରେ ସାହାଯ୍ୟ କରେ । ଏଥିରେ ଥିବା ଫାଇବର କବ୍ଜକୁ ଶୀଘ୍ର ଭଲ କରିଥାଏ । ପେଟ ସମସ୍ୟା ଥିଲେ କ୍ଷୀର ସହ ୨ ଚାମଚ ଭୁସି ମିଶାଇ ପିଇପାରିବେ ।
ଡାଇରିଆ ରୋକେ:ଭୁସି ଅନ୍ତନଳୀକୁ ପରିଷ୍କାର କରେ । ଫଳରେ ପେଟରେ ହେଉଥିବା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ । ଡାଇରିଆ ବେଳେ ଆପଣ ଭୁସିକୁ ଦହିରେ ମିଶାଇ ଖାଇବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ । ଉଭୟ ଦହି ଓ ଭୁସି ଡାଇରିଆକୁ ରୋକିବାରେ ସହାୟକ କରିଥାଆନ୍ତି ।
ବ୍ଲଡ ସୁଗାର ଲେବଲ କମ୍ କରେ:ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ଭୁସି ସାହାଯ୍ୟ କରେ । କାରଣ ଏହା ଗ୍ଲୁକୋଜ୍କୁ ଅବଶୋଷଣ କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଜିଲୋଟିନ୍ ଆପଣଙ୍କ ବ୍ଲଡ୍ ସୁଗାରକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରେ ।
କୋଲୋଷ୍ଟ୍ରୋଲ କମାଏ:ଭୁସି ପିତ୍ତ ଏସିଡ୍କୁ ବାନ୍ଧିଥାଏ ଓ ଏଲଡିଏଲ ଅର୍ଥାତ୍ ଖରାପ କୋଲୋଷ୍ଟ୍ରୋଲର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। ଏହା ଏଚ୍ଡିଏଲ ଅର୍ଥାତ୍ ଉତ୍ତମ କୋଲୋଷ୍ଟ୍ରୋଲର ସ୍ତରକୁ ମଧ୍ୟ ବଢ଼ାଏ ।
ହାର୍ଟକୁ ସୁସ୍ଥ ରଖେ:ଭୁସି ଶରୀରରେ ଟ୍ରାଇଗ୍ଲିସରାଇଡ୍ ଲେବଲକୁ କମ୍ କରେ। ଫଳରେ ହାର୍ଟ ସୁସ୍ଥ ରହେ। ଏହା ହାର୍ଟର ମାଂସପେଶୀକୁ ମଜଭୁତ କରେ, ଲିପିଡ୍ ସ୍ତରକୁ ବଢ଼ାଏ ଓ ବ୍ଲଡ୍ ପ୍ରେସରକୁ କମ୍ କରିଥାଏ ।
ଓଜନ କମାଏ:ଭୁସି ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ। ଏହାକୁ ୧ ଗ୍ଲାସ ପାଣିରେ କିମ୍ବା ଜୁସ୍ରେ ମିଶାଇ ପିଅନ୍ତୁ। ଆପଣ ଚାହିଲେ ଲେମ୍ବୁ ପାଣିରେ ମଧ୍ୟ ଭୁସି ମିଶାଇ ପିଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
