Friday, November 20, 2026
20.1 C
Odisha

    ରାମାୟଣ ଫିଲ୍ମ ପରେ ବଢ଼ିଲା କ୍ରେଜ୍, ଏବେ ମୋଦିଙ୍କ ନଜରରେ ଜଟାୟୁପାରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାମାୟଣର ସେହି ବୀର ପକ୍ଷୀ ଜଟାୟୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର କୋଲ୍ଲମ ଜିଲ୍ଲାର ଜଟାୟୁପାରା ଗସ୍ତ କରିବେ ବୋଲି ସୂଚନା ମିଳୁଛି । ଏଠାରେ ପାହାଡ଼ ଉପରେ ନିର୍ମାଣ ହୋଇଛି ବିଶାଳ ଜଟାୟୁଙ୍କ ମୂର୍ତ୍ତି । ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ରାମାୟଣ ଫିଲ୍ମରେ ଜଟାୟୁ ଓ ରାବଣଙ୍କ ଯୁଦ୍ଧର ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିବା ପରେ ଏହି ସ୍ଥାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ସ୍ଥାନ ପରିଦର୍ଶନ କରିବାର ସମ୍ଭାବନା ରହିଛି । ଯାହାର ସୂଚନା  ରାଜ୍ୟ ମନ୍ତ୍ରୀ ସୁରେଶ ଗୋପୀ ଦେଇଛନ୍ତି । ଶେଖାୱତ ଜଟାୟୁ ଆର୍ଥ ସେଣ୍ଟରର ନିର୍ମାତା ରାଜୀବ ଆଞ୍ଚଲଙ୍କ ସହ ଆଲୋଚନା କରିଛନ୍ତି । ଦିଲ୍ଲୀ ବିଏନାଲେରେ ଜଟାୟୁଙ୍କ କଳାକୃତିକୁ ସ୍ଥାନ ଦେବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।

    ପୁରାଣ ଅନୁସାରେ, ଯେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରି ନେଉଥିଲେ, ସେତେବେଳେ ଜଟାୟୁ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ସୀତାଙ୍କୁ ରକ୍ଷା କରିବା ପାଇଁ ରାବଣଙ୍କ ସହ ଭୟଙ୍କର ଯୁଦ୍ଧ କରିଥିଲେ । କିନ୍ତୁ ରାବଣ ଜଟାୟୁଙ୍କ ଦୁଇଟି ଡେଣା କାଟି ଦେଇଥିଲା। ଶେଷରେ ଜଟାୟୁ ଭୂମିରେ ପଡ଼ିଯାଇଥିଲେ । ଏହି ଘଟଣାକୁ ମନେ ପକାଇ ଏଠାରେ ପାହାଡ଼ ଉପରେ ପଡ଼ିରହିଥିବା ଏକ ବିଶାଳ ଶାଗୁଣାର ଆକୃତିରେ ମୂର୍ତ୍ତି ନିର୍ମାଣ କରାଯାଇଛି ।

    ୨୦୦୪ ମସିହାରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ଜଟାୟୁ ନେଚର ପାର୍କ ନାମରେ ମଧ୍ୟ ପରିଚିତ ଏହି ପ୍ରକଳ୍ପକୁ ଚଳଚ୍ଚିତ୍ର ନିର୍ମାତା ତଥା ମୂର୍ତ୍ତିଶିଳ୍ପୀ ରାଜୀବ ଆଞ୍ଚଲ ଡିଜାଇନ୍ ଓ ବିକଶିତ କରିଛନ୍ତି । ତେବେ ରାମାୟଣର କାହାଣୀକୁ ନେଇ ନୂଆକରି ବଢ଼ିଥିବା ଆଗ୍ରହ ଏବେ ଏହି ପର୍ଯ୍ୟଟନସ୍ଥଳୀକୁ ଆହୁରି ଚର୍ଚ୍ଚାକୁ ଆଣିଛି । ଯଦି ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନ ପରିଦର୍ଶନ କରନ୍ତି, ତେବେ ଏହାର ଜାତୀୟ ଓ ଅନ୍ତର୍ଜାତୀୟ ପରିଚୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    20.1 ° C
    20.1 °
    20.1 °
    99 %
    1.9kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ