Friday, March 13, 2026
28 C
Odisha

    ରାଶିଫଳ: ଶନିବାର, ମେ ୩

    ଆଗକୁ ପଢନ୍ତୁ

    ମେଷ : ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ର ଅବଲୋକନ କରୁଥିବାରୁ କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାର ସହ ଆଲୋଚନା କରିପାରନ୍ତି। ସରକାରୀ ସ୍ତରରୁ ଉପକୃତ ହେବା ସହ ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ନୂଆ ବ୍ୟବସାୟ ଯୋଡିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।

    ବୃଷ : ରବି ଉଚ୍ଚରାଶିରେ ଥିବାରୁ ସହକର୍ମୀ ସହାନୁଭୂତି ସହ କାମ ହାସଲରେ ସାହାଯ୍ୟ କରିବେ। ବନ୍ଧୁଙ୍କ ସହ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଆଗାମୀ ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ଆଇନ ସହାୟତା ଲାଭପୂର୍ବକ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।

    ମିଥୁନ : ଧନାଧିପ ରାଶିରେ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସହ ଅର୍ଥ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବେ। ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ଆଜି ପାଇଯିବେ। ଶୁକ୍ରଜନିତ ସାହିତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହେବ। ପରିବାରରେ ପାରସ୍ପରିକ ସହମତିରେ କାମ କଲେ ଉପକୃତ ହେବେ।

    କର୍କଟ : କେନ୍ଦ୍ର କୋଣାଧିପ ମଙ୍ଗଳଙ୍କ ଦୁର୍ବଳତାଜନିତ କର୍ମକ୍ଷେତ୍ରରେ ଅସଫଳତା ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଅବଶ୍ୟ ଉଚ୍ଚସ୍ଥ ଶୁକ୍ରଙ୍କ ପ୍ରଭାବରେ ସାହିତ୍ୟ, ସାମ୍ବାଦିକତା, କ୍ରୀଡା,କଳା,ସଙ୍ଗୀତ ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଦାୟିତ୍ୱ ନିର୍ବାହକରି ଆଶ୍ୱସ୍ତି ଲଭିବେ।

    ସି˚ହ : ଭୂସୁତ ବ୍ୟୟଭାବରେ ରହିଥିବାରୁ ଜାଗାବାଡ଼ି କ୍ରୟବିକ୍ରୟ ସକାଶେ ମନସ୍ଥ କରିପାରନ୍ତି। ନିଜର ଉଚ୍ଚପଦସ୍ଥ ସମ୍ପର୍କୀୟଙ୍କ ସହଯୋଗରୁ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି । ପାରିବାରିକ ସ୍ତରରେ ଅସୁବିଧା ସୃଷ୍ଟି ଲକ୍ଷ୍ୟ କରିପାରନ୍ତି।

    କନ୍ୟା : ଲାଭାଧିପ କର୍ମସ୍ଥାନରେ ରହିଥିବାରୁ ଯାହା ପାଇବା ସକାଶେ ଆଶା ବାନ୍ଧିଛିନ୍ତି ତାହା ପୂରଣ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିପାରେ। ସମ୍ପର୍କୀୟଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବ ।

    ତୁଳା : ଶନିଙ୍କ ଦୁଃସ୍ଥାନାବସ୍ଥାନ ହେତୁ ପାରିବାରିକ କ୍ଷେତ୍ରରେ ମତାନ୍ତରର ଆଶଙ୍କା ଦେଖାଦେଇପାରେ। ରବିଙ୍କ ପ୍ରଭାବରେ ସରକାରୀ ସ୍ତରରେ ଅଟକି ରହିଥିବା କାମ ଓ ପ୍ରତୀକ୍ଷିତ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟସାଧନ କରିବେ।

    ବିଛା : ଅଷ୍ଟମସ୍ଥ ଚନ୍ଦ୍ର ସାଙ୍ଗକୁ ନୀଚସ୍ଥ ମଙ୍ଗଳଜନିତ ଦୁର୍ଭାବନା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ ସହାୟତାରେ, ବୟସ୍କଙ୍କ ପରାମର୍ଶରେ, ଆଲୋଚନା ମାଧ୍ୟମରେ କାମକଲେ ଉପକୃତ ହୋଇପାରିବେ। ଆର୍ଥିକ ସ୍ଥିତି, ବନ୍ଧୁସମ୍ପର୍କ, ସ୍ଥଗିତକାମ ଏବଂ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ।

    ଧନୁ : ଅଷ୍ଟମାଧିପତି ସପ୍ତମସ୍ଥ ଯୋଗୁ ସାଧାରଣକଥାକୁ କେନ୍ଦ୍ରକରି ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ବିତର୍କ ସୃଷ୍ଟିହେବ। ଅଫିସିଆଲି କାମରେ ଟେନ୍‌ସନ ବୃଦ୍ଧି ପାଇପାରେ। ମନ ଭିତରେ ଭୟ ଓ ଆଶଙ୍କା ଭରି ରହିଥିଲେ ମଧ୍ୟ ଜିଦ୍‌ରେ ଅଟଳ ରହିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।

    ମକର : ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ପରିସ୍ଥିତି ଭଲ ଦିଗକୁ ଗତି କରିବ। ନୂତନ ଗୃହ, ଯାନବାହନ, ମୂଲ୍ୟବାନ ଦ୍ରବ୍ୟ, ନିର୍ମାଣ ଓ କିଣାବିକା କ୍ଷେତରେ ଆଶା ପୂରଣ ହେବ। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ପଶ୍ଚାନ୍ତେ ମନସ୍ତାପ କରିବାକୁ ପଡିବ । ବନ୍ଧୁ କରୁଥିବା କାର୍ଯ୍ୟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।

    କୁମ୍ଭ : ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଦୃଢ଼ ମନୋବଳ ଓ ଧୈର୍ଯ୍ୟ ପ୍ରତ୍ୟେକ କାମ ପାଇଁ ସଫଳତାର ପୃଷ୍ଠଭୂମି ପାଲଟିଯିବ। ସଭା ସମିତିରେ କିମ୍ବା ପରିବାର ଓ ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷା କରି ମନ୍ତବ୍ୟ ଦେଇପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇବେ। ଶିଳ୍ପ,ବାଣିଜ୍ୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ।

    ମୀନ : ରାଶିରେ ଚତୁଃଗ୍ରହ ରହିଥିବାରୁ ଦୈହିକ ଓ ମାନସିକ ଅସୁସ୍ଥତା ନିରୁତ୍ସାହିତ କରିବ। ବାଣିଜ୍ୟରେ କ୍ଷତିର ସାମ୍ନା କରି ଆର୍ଥିକ ସମସ୍ୟାରୁ ଲୋନ୍‌ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଶିକ୍ଷା, ସନ୍ତାନ, ସଭାସମିତି,ସାହିତ୍ୟରେ ସମସ୍ୟାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ