Wednesday, October 7, 2026
23.2 C
Odisha

    ରାଷ୍ଟ୍ରପତିଙ୍କ ଐତିହାସିକ ଶବରୀମାଳା ଗସ୍ତ

    ଆଗକୁ ପଢନ୍ତୁ

    ଶବରୀମାଳା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି। କେରଳକୁ ୪ ଦିନିଆ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ  ଆଜି ପାରମ୍ପରିକ ଭାବେ ଭଗବାନ ଆୟାପ୍ପାଙ୍କୁ ପୂଜା କରିଥିଲେ। ପଶ୍ଚିମଘାଟରେ ଅବସ୍ଥିତ ଶବରୀମାଳା ଭଗବାନ ଆୟାପ୍ପାଙ୍କ ପ୍ରମୁଖ ତୀର୍ଥସ୍ଥଳ। ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସର ମହିଳାମାନଙ୍କୁ ପ୍ରବେଶ ନିଷେଧ ଥିଲା। ୨୦୧୮ରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ ଦ୍ୱାରା ଏହି ନିୟମ ରଦ୍ଦ ହୋଇଥିଲା ଏବଂ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା।   ରାଷ୍ଟ୍ରପତି ମୁର୍ମୁଙ୍କ ଯାତ୍ରା ଏହାର କୌଣସି ପରମ୍ପରା ଭାଙ୍ଗିନାହିଁ  ବରଂ ଶତାବ୍ଦୀପୁରୁଣା ରୀତିନୀତି ସହ ଆଧୁନିକ ଗ୍ରହଣୀୟତାର ଏକ ପ୍ରତୀକାତ୍ମକ ମୁହୂର୍ତ୍ତ ସୃଷ୍ଟି କରିଛି। ଏହା ଭକ୍ତି ଓ ଏକତାର ବାର୍ତ୍ତା ଦେଇଛି। ଆଜି ପୂର୍ବାହ୍ଣ  ୧୧ଟାପରେ ରାଷ୍ଟ୍ରପତି ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ଗଣପତି ମନ୍ଦିରରେ ପ୍ରାର୍ଥନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ