Thursday, October 8, 2026
24.4 C
Odisha

    ‘ରାଷ୍ଟ୍ର ପ୍ରେରଣାସ୍ଥଳ’ ଉଦ୍‌ଘାଟନ କଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ‘ରାଷ୍ଟ୍ର ପ୍ରେରଣା ସ୍ଥଳ’ ଉଦ୍‌ଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ଅବସରରେ ଏହି ପ୍ରମୁଖ ଜାତୀୟ ସ୍ମାରକୀ ସ୍ଥଳ ଉଦ୍‌ଘାଟନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।  ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନ୍‌ଦୟାଲ ଉପାଧ୍ୟାୟଙ୍କ ଜୀବନ ଏବଂ ବିଚାରଧାରା ସମ୍ମାନରେ ଏହାର ନିର୍ମାଣ ହୋଇଛି।   ଗୋମତୀ ନଦୀ ତଟ ନିକଟସ୍ଥ ବସନ୍ତ କୁଞ୍ଜ ଅଞ୍ଚଳରେ ୬୫ ଏକରରେ ବିସ୍ତୀର୍ଣ୍ଣ  ପରିସରରେ ତିନି ନେତାଙ୍କର ୬୫ ଫୁଟ ଉଚ୍ଚ କାଂସ୍ୟ ମୂର୍ତ୍ତି ରହିଛି, ଯାହାର ପ୍ରତ୍ୟେକଟିର ଓଜନ ୪୨ ଟନ। ଏହାକୁ ଜଳାଶୟ ଘେରି ରହିଛି। ମୁଖ୍ୟ ଆକର୍ଷଣ ହେଉଛି ପଦ୍ମ ଆକୃତିର ଦୁଇମହଲା ବିଶିଷ୍ଟ ଅତ୍ୟାଧୁନିକ ସଂଗ୍ରହାଳୟ, ଯାହା ୬,୩୦୦ ବର୍ଗମିଟରରେ ପରିବ୍ୟାପ୍ତ ଏବଂ ଭାରତର ଜାତୀୟ ଜୀବନ, ନେତୃତ୍ୱର ଉତ୍ତରାଧିକାର ଓ ସ୍ୱାଧୀନତା ସଂଗ୍ରାମର ପ୍ରସଙ୍ଗଗୁଡ଼ିକୁ ଚିତ୍ରକଳା, ଧ୍ୱନି-ଦୃଶ୍ୟ ପ୍ରଦର୍ଶନ ଓ କବିତା ମାଧ୍ୟମରେ ଦର୍ଶାଯାଇଛି। ଏହାର ନିର୍ମାଣରେ ୨୩୦ କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ଏହି ସ୍ମାରକୀ ସ୍ଥଳ ଉଦଘାଟନ କରିବା ସହ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ କେବଳ ଗୋଟିଏ ପରିବାରର ମୂର୍ତ୍ତି ଲଗାଯାଉଥିଲା, କିନ୍ତୁ ଆଜି ପ୍ରତ୍ୟେକ ମହାପୁରୁଷଙ୍କୁ ସମ୍ମାନ ମିଳୁଛି। ସେ ବାଜପେୟୀଙ୍କ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ନେତୃତ୍ୱ ଭାରତର ବିକାଶ ପାଇଁ ସର୍ବଦା ପ୍ରେରଣର ଉତ୍ସ ହୋଇ ରହିବ। ଏହି ସ୍ମାରକୀ ନିଃସ୍ୱାର୍ଥ ନେତୃତ୍ୱ ଓ ସୁଶାସନର ଆଦର୍ଶକୁ ସଂରକ୍ଷଣ କରି ଭବିଷ୍ୟତ ପିଢ଼ିକୁ ଜାତୀୟତାବାଦ ଓ ଜନସେବାର ମୂଲ୍ୟବୋଧରେ ପ୍ରେରିତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ