Thursday, October 8, 2026
24.4 C
Odisha

    ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଭାରତର ତୀବ୍ର ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଂଘର୍ଷ ଲାଗି ରହିଥିବାବେଳେ ସୋମବାର ଦୁଇ ଦେଶର ସୀମାରେ ରହିଥିବା ଭଗବାନଙ୍କ ବିଷ୍ଣୁଙ୍କ ଏକ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ଘଟଣାରେ ଗତକାଲି ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି, ନିକଟରେ ଥାଇଲାଣ୍ଡ -କାମ୍ବୋଡିଆ ବିବାଦ ମଧ୍ୟରେ ଦୁଇଦେଶର ସୀମାରେ ଥିବା ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ପ୍ରତିମୂର୍ତ୍ତି ନିକଟରେ ତିଆରି ହୋଇଥିବାବେଳେ ବର୍ତ୍ତମାନ ସଂଘର୍ଷ ଲାଗି ରହିଥିବା ଅଞ୍ଚଳରେ ସ୍ଥାପିତ କରାଯାଇଥିଲା। ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ଏପରି ଅସମ୍ମାନଜନକ କାର୍ଯ୍ୟ ସାରା ବିଶ୍ବରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଜୟସ୍ବାଲ କହିଛନ୍ତି। ଭାରତ ଦୁଇ ପକ୍ଷକୁ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ କହିଛି। ସୂଚନାଯୋଗ୍ୟ, ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଥାଇଲାଣ୍ଡ ସେନା ଦ୍ବାରା ସୋମବାର ନଷ୍ଟ କରିଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି  ୨୦୧୪ରେ ନିର୍ମାଣ କରାଯାଇଥିଲା। କାମ୍ବୋଡିଆ ମଧ୍ୟ ଥାଇଲାଣ୍ଡକୁ  ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ନଷ୍ଟ କରିବାକୁ ନେଇ ସମାଲୋଚନା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ