Monday, February 2, 2026
16.4 C
Odisha

    ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର । ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ମନ୍ତ୍ରୀ ଦାବି କରିଛନ୍ତି। ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି କରାଯାଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଜେଡି ସରକରା ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ବୋଲି ସେ ପ୍ରତିକ୍ରିୟାରେ କହିବା ସହ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.4 ° C
    16.4 °
    16.4 °
    94 %
    1.7kmh
    100 %
    Mon
    31 °
    Tue
    31 °
    Wed
    32 °
    Thu
    33 °
    Fri
    32 °

    ସମ୍ବନ୍ଧିତ