Sunday, April 12, 2026
25.2 C
Odisha

    ରାସ୍ତା ମଝିରେ ଜଳିଗଲା ଅଜଣା କାର

    ଆଗକୁ ପଢନ୍ତୁ

    ପାରାଦ୍ୱୀପ : ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ କାଠଗଡା ନିକଟରେ ଏକ କାର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। କାରର ଡ୍ରାଇଭର ସିଟ୍‌ରେ ବସିଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଖବରରୁ ପ୍ରକାଶ କାଠଗଡାରେ ହଠାତ୍ କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ବେଳକୁ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଜଳି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ