Thursday, April 9, 2026
32.4 C
Odisha

    ରାୟଗଡ଼ା ଜିଲ୍ଲାରେ ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ମୁଣ୍ଡ

    ଆଗକୁ ପଢନ୍ତୁ

    ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଗୁଣି ଗାରେଡ଼ି ସମସ୍ୟା ଦୂର କରିବା ପାଇଁ ସରକାର ଯେତେ ସଚେତନ କଲେ ମଧ୍ୟ ଲୋକଙ୍କ ନିକଟରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ । ଫଳରେ ଅନ୍ଧବିଶ୍ବାସର ଫାସରେ ବଶବର୍ତ୍ତୀ ହୋଇ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଗ୍ରାମରେ। ବିଳମ୍ବିତ ରାତ୍ରୀରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ଭୈରବ ସାହୁ । ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ ସମୟରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ମୁଣ୍ଡ ଫାଟି ତିନୋଟି ଷ୍ଟିଚ ପଡ଼ିଥିବା ଜଣାପଡ଼ିଛି । ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୨୫ ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିଛି ପଦ୍ମପୁର ପୁଲିସ।

    ଗତକାଲି ମଧ୍ୟରାତ୍ରୀରେ ପଦ୍ମପୁର ସଦରମହାକୁମା ହାଟପଦା ସାହିର ଭୈରବ ସାହୁଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ସଂଘବଦ୍ଧ ଭାବେ ସାହିରେ ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ଆକ୍ରମଣ କରୁଥିଲେ। ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଘଟଣା ସ୍ଥଳକୁ ଯାଇ ଆକ୍ରମଣର ଶିକାର ହେଉଥିବା ଭୈରବକୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ସମୟରେ ଉତ୍ତ୍ୟକ୍ତ ଲୋକେ ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କୁ ମଧ୍ୟ ଛାଡ଼ିନଥିଲେ। ପୁଲିସ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ। ଢ଼େଲା ମାଡ଼ରେ ଆଇଆଇସି ଶ୍ରୀ ପ୍ରଧାନଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ଆଇଆଇସିଙ୍କ ମୁଣ୍ଡ ଫାଟିବା ସତ୍ବେ ଉତ୍ତ୍ୟକ୍ତ ଲୋକଙ୍କୁ ସେ ବୁଝାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମଳିଥିଲା । ଖବର ପାଇ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବାବୁଲି ନାୟକ ଘଟଣା ସ୍ଥଳରେ ପହଞ୍ଚି ଭୈରବ ସାହୁକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତିନି ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ନିୟୋଜିତ ଅଛନ୍ତି। ଆଜି ପଦ୍ମପୁର ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ସାଇଣ୍ଟିଫିକ ଟିମ ରକ୍ତ ଛିଟା ନମୁନା ସଂଗ୍ରହ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ତଦନ୍ତ ଜାରି ରଖିଛି ପଦ୍ମପୁର ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ