Saturday, April 11, 2026
30.4 C
Odisha

    ରିମାଣ୍ଡରେ ଥିବା ଅରବିନ୍ଦ ଖୋଲୁଛି ପୁଲିସ ଏସ୍‌ଆଇ ନିଯୁକ୍ତିର ଗୁମର

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୁଲିସ ସବ୍‌ ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଦୁର୍ନୀତି ଘଟଣାରେ ରିମାଣ୍ଡରେ ଥିବା ଅରବିନ୍ଦ ଦାସକୁ ଜେରା ପରେ ଆନ୍ତଃରାଜ୍ୟ ଲିଙ୍କ ସାମ୍ନାକୁ ଆସିଛି। କୋଲକାତା ଦୀଘାରେ ହେବାକୁ ଥିବା ପରୀକ୍ଷାକୁ ବିହାରରୁ ପରିଚାଳିତ କରାଯାଉଥିଲା। ଶଙ୍କର ପୃଷ୍ଟି ଓ ସହଯୋଗୀ ଜୟନ୍ତ ଯାଦବ ପ୍ରରୋଚନାରେ ଅରବିନ୍ଦ  କୋଲକାତା ହେବାକୁ ଥିବା ପରୀକ୍ଷାରେ ୧୧୦ ପରୀକ୍ଷାର୍ଥୀ ଯୋଗାଡ଼ କରିଥିଲା। ଏହି ପରୀକ୍ଷାର୍ଥୀଙ୍କ ଠିକଣା ଓ ପରିଚୟ ତଦନ୍ତକାରୀ ଦଳ ଖୋଜୁଛି। ଏଥିସହ ନକଲି ପରୀକ୍ଷାର୍ଥୀ ମାଧ୍ୟମରେ ଏହି ପରୀକ୍ଷା କରାଇବାକୁ ମଧ୍ୟ ଦଲାଲମାନେ ଯୋଜନା କରିଥିବା ସୂଚନା ମିଳିଛି। ୨୫ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯାଇଥାନ୍ତେ। କମ୍ପ୍ୟୁଟରରେ ଆଗରୁ ଲୋଡ୍‌ ହୋଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ନିୟନ୍ତ୍ରଣ କକ୍ଷରେ ଥିବା ନକଲି ପରୀକ୍ଷାର୍ଥୀ ଦେଇଥାନ୍ତେ।

    ଭୁବନେଶ୍ବର ଓ ବ୍ରହ୍ମପୁରରେ ଶଙ୍କର ସହ ୧୦ରୁ ୧୨ଥର ଅରବିନ୍ଦ ଦେଖାସାକ୍ଷାତ କରୁଥିଲା। ପରୀକ୍ଷାର୍ଥୀ ଯୋଗାଡ଼ ଅଗ୍ରଗତି ବିଷୟରେ ପ୍ରତ୍ୟେକ ଦିନ ତା’ଠାରୁ ତଥ୍ୟ ନେଉଥିଲା ଶଙ୍କର। ଅରବିନ୍ଦ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପିଛା ୩ ଲକ୍ଷ ଟଙ୍କା ନେବାକୁ ଡିଲ୍‌ କରିଥିଲା। ସେହି ଅନୁଯାୟୀ ଦୀଘାରେ ହେବାକୁ ଥିବା ପରୀକ୍ଷା ଲାଗି ଯାଜପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର, ମୟୂରଭଞ୍ଜରୁ ପରୀକ୍ଷାର୍ଥୀ ଯୋଗାଡ଼ କରାଯାଇଥିଲା। ଚାକିରି ପାଇଁ ୨୫ ଲକ୍ଷ ଟଙ୍କା ଦେବା ଲାଗି ପରୀକ୍ଷାର୍ଥୀ ରାଜି ହେବା ପରେ ସେମାନଙ୍କଠାରୁ ଅସଲି ଶିକ୍ଷାଗତ ଯୋଗ୍ୟତା ଓ ବ୍ଲାଙ୍କଚେକ ଅଣାଯାଇଥିଲା। ଏହି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଆଜି ଅରବିନ୍ଦ ରିମାଣ୍ଡ ଅବଧି ସରୁଛି। ତାକୁ ଅଦାଲତରେ ହାଜର କରାଯିବ ଓ ପୁଣି ଥରେ ରିମାଣ୍ଡରେ ନେବାକୁ ସିବିଆଇ ଯୋଜନା କରୁଛି। ସେହିପରି ଅଭିଯୁକ୍ତ ଶଙ୍କର, ସୁରେଶ ନାୟକ, ମୁନା ମହାନ୍ତି, ପ୍ରିୟଦର୍ଶିନୀ ସାମଲ, ଏ. ଅଭିମନ୍ୟୁ ଦୋରା, ଶ୍ରୀକାନ୍ତ ମହାରଣା, ସାଗର କୁମାର ଗୌଡ଼ଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ଲାଗି ତଦନ୍ତକାରୀ ସଂସ୍ଥା ଯୋଜନା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ