Sunday, March 15, 2026
34.6 C
Odisha

    ରିଲିଜ୍ ହୋଇଛି ‘ଟକ୍ସିକ୍’ଫିଲ୍ମର ଟିଜର, ଭୟଙ୍କର ଲୁକରେ ନଜର ଆସିଲେ ସୁପରଷ୍ଟାର ୟଶ

    ଆଗକୁ ପଢନ୍ତୁ

    ଆକ୍ସନ-ଆଡଭେଞ୍ଚର କନ୍ନଡ଼ ଫିଲ୍ମ ‘ଟକ୍ସିକ୍’ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଟିଜରକୁ ଦେଖିବା ପରେ ଏମିତି ମନେ ହେଉଛି ଯେପରି ସୁପରଷ୍ଟାର ୟଶ ତାଙ୍କ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି  । ଏହି ଟିଜର ରିଲିଜ ହେବା ପରେ ଅଭିନେତାଙ୍କ ଟକ୍ସିକ୍ ଲୁକ୍ ଏବଂ ଭୟଙ୍କର ଅଭିନୟ ସମସ୍ତ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଟିଜର ସାମ୍ନାକୁ ଆସିବା ପରେ ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢିଯାଇଛି । ଯେଉଁଥିରେ ରୋମାଞ୍ଚ,ରକ୍ତପାତ,ରିଭେଞ୍ଜ ସହିତ ରୋମାନ୍ସ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ।

    କନ୍ନଡ ସୁପରଷ୍ଟାର ୟଶଙ୍କ ଆକ୍ସନ ଫିଲ୍ମ ‘ଟକ୍ସିକ୍’ର ଟିଜରରେ ଟକ୍କର ଦେବା ଭଳି ସିନ୍ ଦେଖିବାକୁ ମିଳିଛି । ଯେଉଁଥିରେ ଅଭିନେତାଙ୍କ ଚତୁରତା, ଜିଦ୍ ଏବଂ ଦୃଢ ମନୋଭାବକୁ ଦର୍ଶାଉଛି  । ‘KGF 2’ ପରେ ୟଶଙ୍କୁ ପୁଣି ଆଉ ଏକ ଭିନ୍ନ ଗେଟଅପରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଏହି ଟିଜରରେ ଅଭିନେତା ଭୟଙ୍କର ଆକ୍ସନରେ ଅଭିନୟ କରୁଥିବା ନଜର ଆସିଛନ୍ତି । ଶେଷରେ ୟଶ ଦମଦାର ଲୁକରେ ନଜର ଆସିବା ସହିତ ‘‘ଆଇ ଆମ ହୋମ୍ ଡ୍ୟାଡି’’ ଡାଇଲଗ୍ କହୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

    ଏହି ଫିଲ୍ମ ଗୀତୁ ମୋହନସାଦଙ୍କ ଦ୍ବାରା ନିର୍ଦ୍ଦେଶିତ । ଏଥିରେ ୟଶଙ୍କ ସମେତ ନୟନତାରା, କିୟାରା ଆଡଭାନୀ, ହୁମା କୁରେଶୀ, ରୁକ୍ମଣୀ ବସନ୍ତ ଏବଂ ତାରା ସୁତାରିଆ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଅକ୍ଷୟ ଓବେରୟ ଏବଂ ସୁଦେବ ନାୟରଙ୍କ ପରି ଅଭିଜ୍ଞ ଅଭିନେତା ମଧ୍ୟ ନଜର ଆସିବେ । ଯାହା ରଣବୀରଙ୍କ ଗ୍ୟାଙ୍ଗଷ୍ଟର ଫିକ୍ସନ୍ ଫିଲ୍ମକୁ ଟକ୍କର ଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.6 ° C
    34.6 °
    34.6 °
    18 %
    1.5kmh
    87 %
    Sun
    34 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ