Monday, September 28, 2026
30.3 C
Odisha

    ରିଲିଜ ଅପେକ୍ଷାରେ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି ‘ଗଣ୍ଡ ଭୈରବ’।
    ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ ହୃଦୟସ୍ପର୍ଶୀ କାହାଣୀ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ, ଅଭିନେତା ଦେବାଶିଷ ପାତ୍ର ତାଙ୍କ ଅଭିନୟ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ତାଙ୍କ ସହ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ନଜର ଆସିବେ ଶିବାନୀ ସଙ୍ଗୀତା ଏବଂ କେ. କେ.।

    ପ୍ରଯୋଜକ ଶ୍ରୀ ରମେଶ ବାରିକଙ୍କ ପ୍ରଯୋଜନାରେ ନିର୍ମିତ ଏହି ସିନେମା ସମ୍ପୂର୍ଣ୍ଣ ଭାବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପିତ। ଏହା କେବଳ ଏକ କାହାଣୀ ନୁହେଁ, ବରଂ ଓଡ଼ିଆ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀମନ୍ଦିର ପରମ୍ପରାର ଏକ ଅପୂର୍ବ ଉପସ୍ଥାପନା, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ ସ୍ପର୍ଶ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ