Saturday, October 25, 2025
24.6 C
Odisha

    ରିଲିଜ ହେବାକୁ ଯାଉଛି “ଦି ତାଜ୍ ଷ୍ଟୋରୀ”, ମୁଖ୍ୟ ଭୂମିକାରେ ନଜର ଆସିବେ ପରେଶ ରାୱଲ

    ଆଗକୁ ପଢନ୍ତୁ

    ମୁମ୍ବାଇ  :  ବରିଷ୍ଠ ଅଭିନେତା ପରେଶ ରାୱଲଙ୍କ ଆଗାମୀ ଫିଲ୍ମ “ଦି ତାଜ୍ ଷ୍ଟୋରୀ” ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି । ଏହାରି ମଧ୍ୟରେ ଫିଲ୍ମର ନିର୍ମାତା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଯାହାକୁ ଏବେ ଦର୍ଶକମାନେ ଅପେକ୍ଷା କରି ରହିଛନ୍ତି ।

    ରିଲିଜ ଡେଟ୍ ଘୋଷଣା କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ, ତାଜମହଲ ବାସ୍ତୁକଳା ନା ଭାତୀୟ ବାସ୍ତୁକଳା? । ଏହି ଫିଲ୍ମରେ ପରେଶ ରାୱଲ ମୁଖ୍ୟ ଭୂମିକାରେ ଥିବାବେଳେ ଜାକିର ହୁସେନ ଭିଲେନ୍ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ କିନ୍ତୁ ୨ ମିନିଟର ଟ୍ରେଲରର ଝଲକ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି । ପରେଶଙ୍କ ସମେତ ଅମ୍ରୁତା ଖାନଭିଲକର, ସ୍ନେହା ୱାଘ ଏବଂ ନମିତ ଦାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ତାଜମହଲର ଇତିହାସ ଏବଂ ସ୍ଥାପତ୍ୟ ବିଷୟରେ ଦୀର୍ଘ ଦିନ ଧରି ଚାଲିଥିବା ବିତର୍କ ଉପରେ ଏକ ନୂତନ ଦୃଷ୍ଟିକୋଣ ଦେଇଛି । ଅକ୍ଟୋବର ୩୧ ତାରିଖରେ ରିଲିଜ ହେବାକୁ ଯାଉଛି ବୋଲି ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.6 ° C
    24.6 °
    24.6 °
    77 %
    1.5kmh
    51 %
    Sat
    25 °
    Sun
    29 °
    Mon
    29 °
    Tue
    28 °
    Wed
    27 °

    ସମ୍ବନ୍ଧିତ